କନକ ବ୍ୟୁରୋ: ବିଜେପି ମଧ୍ୟ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛି । ପୂର୍ବଭାରତର ରାଜ୍ୟଗୁଡ଼ିକୁ ନଜରରେ ରଖି ଗୌହାଟୀରେ ବିଜେପିର ୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ମାନସମନ୍ଥନ ଚାଲିଛି । ଓଡିଶା ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ବିଶେଷକରି ଓଡ଼ିଶା ବିଜେପିର ଫୋକସରେ ରାଜ୍ୟର ୧୨ ଲୋକସଭା ଆସନ ରହିଛି ।

Advertisment

ଗୌହାଟୀରେ ବିଜେପିର ୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ମାନସମନ୍ଥନ । ଏଥିରେ ସାଙ୍ଗଠନିକ କାର୍ଯ୍ୟ ଓ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । ଏଥିରେ ସାମିଲ ହୋଇଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ନେତା । ଆଉ ଏଥିରେ ଦଳ ଯେଉଁ ଲୋକସଭା ଆସନଗୁଡିକରେ ହାରିଥିଲା ସେହି ଆସନ ଉପରେ ଫୋକସ କରାଯାଉଛି । ଆଉ ବିଜୟର ବ୍ଲୁ ପ୍ରିଂଟ ପ୍ରସ୍ୁତ ହେଉଛି । ଏଥି ମଧ୍ୟରେ ରହିଛି ଓଡିଶାର ୧୨ ଲୋକସଭା ଆସନ ।

ବିଜେପିର ଆଶଙ୍କା ହେଲା, ୨୦୨୪ରେ ଉତର ଭାରତରେ ବିଜେପି ୨୦୧୯ ଭଳି ବିଜୟ ପାଇନପାରେ । ତେଣୁ ପଶ୍ଚିମବଙ୍ଗ, ଓଡିଶା ଓ ବିହାର ଭଳି ଅଣ-ବିଜେପି ଶାସିତ ରାଜ୍ୟ ଉପରେ ଫୋକସ କଲେ ଦଳକୁ ଫାଇଦା ମିଳିପାରେ । ତେଣୁ ଏହି ରାଜ୍ୟଗୁଡିକର ଲୋକସଭା ଆସନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ।

୨୦୧୯ ନିର୍ବାଚନରେ ବିଜେପି ୨୧ ଲୋକସଭା ଆସନରୁ ୮ଟି ଆସନରେ ବିଜୟ ବାନା ଉଡାଇଥିଲା । ତେଣୁ ହାରିଥିବା ୧୩ ଆସନରୁ ୧୨ ଆସନ ଉପରେ ଫୋକସ କରିଛି ଦଳ । ଯେଉଁ ଆସନଗୁଡିକରେ ଦଳ ଦ୍ୱିତୀୟ ସ୍ଥାନରେ ଥିଲା ସେହି ୧୨ ଆସନକୁ ଲୋକସଭା ପ୍ରବାସ ଯୋଜନାରେ ସାମିଲ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଆସି ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି । କେନ୍ଦ୍ରୀୟ ଯୋଜନା କଥା କହି ରାଜ୍ୟକୁ ଟାର୍ଗେଟ କରୁଛନ୍ତି । କୋରପୁଟରେ ତୃତୀୟ ସ୍ଥାନରେ ଥିବାରୁ ଅଲଗା ରଣନୀତି କରାଯାଉଛି । ଆଉ ଜିତିଥିବା ଆସନଗୁଡିକ ପାଇଁ ଅଲଗା ରଣନୀତି ବନାଉଛି ରାଜ୍ୟ ବିଜେପି ।

୨୦୨୪ରେ ଓଡିଶା ବିଜେପି ରାଜ୍ୟରେ ଡବଲ ଇଂଜିନ ସରକାର ଆସିବ ବୋଲି ଦୃଢୋକ୍ତ କରୁଛି । କିନ୍ତୁ ଏହାରି ଭିତରେ ୧୨୦ବିଧାନସଭା ଆସନ ଜିତିବା ପାଇଁ ଟାର୍ଗେଟ ରଖିଥିବା ଦଳ ୮୦କୁ ଖସିଆସିଛି । ପ୍ରଶ୍ନ ଉଠୁଛି, ତୃଣମୂଳ ସ୍ତରର କର୍ମୀ ଏଥିପାଇଁ କେତେ ପ୍ରସ୍ତୁତ ଅଛନ୍ତି ।