କନକ ବ୍ୟୁରୋ : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ୫ ଜଣ କେନ୍ଦ୍ର ମନ୍ତ୍ରୀ । ବିଜେପିର ମିଶନ୍-୨୦୨୪କୁ ସଫଳ କରିବାକୁ ତିନି କେନ୍ଦ୍ର ମନ୍ତ୍ରୀ ତିନୋଟି ସଂସଦୀୟ କ୍ଷେତ୍ରରେ ଦଳର ସାଙ୍ଗଠନିକ ସମୀକ୍ଷା କରିବେ । ଭୁବନେଶ୍ୱରରେ ପହଞ୍ଚି ସାରିିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବେ ।

Advertisment

ଅର୍ଜ୍ଜୁନ ମୁଣ୍ଡା ଯାଜପୁର ସସଦୀୟ କ୍ଷେତ୍ରର ଦାୟିତ୍ୱରେ ଥିବା ବେଳେ ତାଙ୍କର ଯାଜପୁର ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସିବାକୁ ଥିବା ବେଳେ ସେ କଟକ ସଂସଦୀୟ କ୍ଷେତ୍ରରେ ଦଳୀୟ ସାଙ୍ଗଠନିକ ସମୀକ୍ଷା କରିବେ । ସେହିଭଳି କେନ୍ଦ୍ର ଶ୍ରମ ଓ ନିୟୋଜନ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଭୁବବେଶ୍ୱର ଓ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଶନିବାର ପୁରୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।