ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ୍ କରି ବିବାଦୀୟ ବୟାନ୍ ଦେଇଛନ୍ତି । ସେ କହିଛନ୍ତି ମୁସଲିମ୍ ପିତା ଏବଂ ଖ୍ରୀଷ୍ଟିଆନ୍ ମା’ଙ୍କ ପୁଅ କିଭଳି ଜଣେ ହିନ୍ଦୁ ହୋଇପାରିବ? ଉତ୍ତର କନ୍ନଡରେ ଏକ ନିର୍ବାଚନୀ ରାଲିରେ ସେ ଏଭଳି କଥା କହିଥିଲେ । କେନ୍ଦ୍ର ମନ୍ତ୍ରୀ ଏୟାର୍ ଷ୍ଟ୍ରାଇକ୍ ଉପରେ ପ୍ରମାଣ ମାଗିବାକୁ ନେଇ କହିଥିଲେ ଯେ , “କ’ଣ ରାହୁଲ ଗାନ୍ଧୀ ନିଜକୁ ବ୍ରାହ୍ମଣ ପ୍ରମାଣ କରିବା ପାଇଁ ଡିଏନଏ ପ୍ରମାଣ ଦେଇପାରିବେ ?
#WATCH: Union Minister Ananth Hegde says on Rahul Gandhi, "They want proof of surgical strikes even when whole world acknowledged it. This Muslim who calls himself a 'janeudhari Hindu', son of a Muslim father & a Christian mother, does he have proof that he is a Hindu"? (10.3.19) pic.twitter.com/FWXFky5jXH
— ANI (@ANI) March 11, 2019
ସେ କହିଥିଲେ ଯେ ଯେତେବେଳେ ରାଜୀବ ଗାନ୍ଧିଙ୍କ ହତ୍ୟା ହୋଇଥିଲା ସେତେବେଳେ ତାଙ୍କ ପିଲାଙ୍କ ଡିଏନଏର ପ୍ରମାଣ ମଗାଗଲା କିନ୍ତୁ ସୋନିଆ ଗାନ୍ଧୀ ରାହୁଲଙ୍କ ଡିଏନଏ ଦେବାକୁ ମନା କରି ଦେଇଥିଲେ ଏବଂ ପ୍ରିୟଙ୍କାଙ୍କ ଡିଏନଏ ନେଇ ତାଙ୍କ ପରିଚୟ ନିଆଯାଇଥିଲା । ସେ ପୁଣି କହିଥିଲେ ଯେ , ଏହା ମୁଁ କୌଣସି ମଜା କିମ୍ବା ଥଟ୍ଟାରେ କହୁନାହିଁ ଏହାର ରେକର୍ଡ ମୁଁ ଦେଖାଇପାରିବି । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ଅର୍ଥାତ୍ ଜାନୁଆରୀ ମାସରେ ମଧ୍ୟ ଅନନ୍ତ କୁମାର ହେଗଡ଼େ ଏଭଳି କିଛି ବୟାନ୍ ଦେଇଥିଲେ ।