୨୦୨୪ ପାଇଁ ବିଜେପିର ମେଗା ଯୋଜନା। ୩ଟି ଭାଗରେ ବିଭକ୍ତ ହେଲା କାମ, ଲଗାତର ୩ଦିନ ହେବ ବୈଠକ

Advertisment
୨୦୨୪ ପାଇଁ ବିଜେପିର ମେଗା ଯୋଜନା। ୩ଟି ଭାଗରେ ବିଭକ୍ତ ହେଲା କାମ, ଲଗାତର ୩ଦିନ ହେବ ବୈଠକ

କନକ ବ୍ୟୁରୋ: ଆଗାମୀ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୪ରେ ସାରା ଦେଶରେ ଲୋକସଭା ନିର୍ବାଚନ ହେବ । ଏହା ପୂର୍ବରୁ ଭାରତୀୟ ଜନତା ଦଳ ସଂଗଠନକୁ ସକ୍ରିୟ କରିବାରେ ଲାଗିପଡିଛି । ଜନତାଙ୍କ ମଧ୍ୟରେ ନିଜର ଦବଦବା ଜାହିର କରିବା ପାଇଁ ଲଗାତର ଭାବେ ଯୋଜନା ପ୍ରସ୍ତୁତ ହେଉଛି । ଆଗାମୀ ନିର୍ବାଚନ ପାଇଁ ଦଳ ଆଞ୍ଚଳିକ ନେତାମାନଙ୍କ ବୈଠକ କରିବାକୁ ଯାଉଛି । ଏଥିପାଇଁ ଦଳ ବଡ ଯୋଜନା ପ୍ରସ୍ତୁତ କରିଛି ।

ବିଜେପି ପ୍ରଥମ ଥର ପାଇଁ ବିଭିନ୍ନ କାମକୁ ସରଳ କରିବା ପାଇଁ ତିନିଟି ଭାଗରେ କାମକୁ ବାଣ୍ଟିବାକୁ ଯାଉଛି । ଏଥିପାଇଁ ଅଲଗା ଅଗଲା ବୈଠକ ମଧ୍ୟ କରାଯିବ । ଦଳ ଦକ୍ଷିଣ ଅଞ୍ଚଳ, ଉତ୍ତର ଅଞ୍ଚଳ ଏବଂ ପୂର୍ବ ଅଞ୍ଚଳ କରି ତିନୋଟି ଭାଗରେ ବିଭକ୍ତ କରିଛି । ଏହି ବୈଠକ ଆଗାମୀ କିଛି ମାଲ ମଧ୍ୟରେ ବସିବ ଯାହାର ଅଧ୍ୟକ୍ଷତା କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe