କନକ ବ୍ୟୁରୋ: ଆଗାମୀ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୪ରେ ସାରା ଦେଶରେ ଲୋକସଭା ନିର୍ବାଚନ ହେବ । ଏହା ପୂର୍ବରୁ ଭାରତୀୟ ଜନତା ଦଳ ସଂଗଠନକୁ ସକ୍ରିୟ କରିବାରେ ଲାଗିପଡିଛି । ଜନତାଙ୍କ ମଧ୍ୟରେ ନିଜର ଦବଦବା ଜାହିର କରିବା ପାଇଁ ଲଗାତର ଭାବେ ଯୋଜନା ପ୍ରସ୍ତୁତ ହେଉଛି । ଆଗାମୀ ନିର୍ବାଚନ ପାଇଁ ଦଳ ଆଞ୍ଚଳିକ ନେତାମାନଙ୍କ ବୈଠକ କରିବାକୁ ଯାଉଛି । ଏଥିପାଇଁ ଦଳ ବଡ ଯୋଜନା ପ୍ରସ୍ତୁତ କରିଛି ।

Advertisment

ବିଜେପି ପ୍ରଥମ ଥର ପାଇଁ ବିଭିନ୍ନ କାମକୁ ସରଳ କରିବା ପାଇଁ ତିନିଟି ଭାଗରେ କାମକୁ ବାଣ୍ଟିବାକୁ ଯାଉଛି । ଏଥିପାଇଁ ଅଲଗା ଅଗଲା ବୈଠକ ମଧ୍ୟ କରାଯିବ । ଦଳ ଦକ୍ଷିଣ ଅଞ୍ଚଳ, ଉତ୍ତର ଅଞ୍ଚଳ ଏବଂ ପୂର୍ବ ଅଞ୍ଚଳ କରି ତିନୋଟି ଭାଗରେ ବିଭକ୍ତ କରିଛି । ଏହି ବୈଠକ ଆଗାମୀ କିଛି ମାଲ ମଧ୍ୟରେ ବସିବ ଯାହାର ଅଧ୍ୟକ୍ଷତା କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।