କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଆଜି ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ପ୍ରାର୍ଥୀଙ୍କ ପାଇଁ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଛି । ଟଙ୍କା ବାଣ୍ଟୁଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି ।

Advertisment

କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଭଦ୍ରକ ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ବିଜେପି ଚେତାବନୀ ଦେଇଛି । ପୂର୍ବରୁ ଟଙ୍କା ବଣ୍ଟନ ଅଭିଯୋଗ ଆଣି ଧାମନଗରର ସମସ୍ତ ଏସଏଚଜିଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାକୁ ବିଜେପି ଦାବି କରିଥିଲା ।