ରଣନୀତି ପାଇଁ ରାଜ୍ୟ ବିଜେପିର ମାନସ ମନ୍ଥନ । ଆଜି ଆୟୋଜିତ ହେବ କାର୍ଯ୍ୟକାରିଣୀ ବୈଠକ, ତିଆରି ହେବ ଆଗାମୀ ଦିନର ବ୍ଲୁ ପ୍ରିଂଟ

107
କନକ ବ୍ୟୁରୋ : ରାଜଧାନୀରେ ଆରମ୍ଭ ହୋଇଛି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ , ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଦୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଏଥିରେ ଉପସ୍ଥିତ ଅଛନ୍ତି ।
ଏହି ବୈଠକରେ ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ପ୍ରଭାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଏଥିରେ ଦଳର ଆଗାମୀ ଦିନର ରଣନୀତିକୁ ଅଧିକ ସୁସଂଗଠିତ କରାଯିବା ପାଇଁ ବ୍ଲୁପ୍ରିଂଟ ତିଆରି ହେବ । ଓଡିଶା ବିକାଶରେ ବାଧକ ରାଜ୍ୟ ସରକାର, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସୀମା ବିବାଦ ପ୍ରସଙ୍ଗକୁ ନେଇ ରାଜନୈତିକ ଚିଠା ଉପରେ ଆଲୋଚନା ହୋଇଛି . ପଂଚାୟତ ଏବଂ ପୌର ନିର୍ବାଚନ ପାଇଁ ଦଳ ରଣନୀତି ତିଆରି କରିବ