ବିଜେପିର ସୁନ୍ଦର‘ଗଡ’? ପୁଣି ଜିତିପାରନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ୭ ବିଧାନସଭା ଆସନରୁ କିଏ ପାଇବ କେତେ? ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ଆସିଲା ଚମକାଇଲା ଭଳି ଫଳାଫଳ

431

କନକ ବ୍ୟୁରୋ : ସୁନ୍ଦରଗଡ ସିଂହାସନରେ ପୁଣିଥରେ ବସିପାରେ ବିଜେପି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୁଣିଥରେ ଦିଲ୍ଲୀ ଲଢେଇରେ ମାରିପାରନ୍ତି ବାଜି । ୨୦୧୪ ରେଜଲ୍ଟର ରିପିଟ ୨୦୧୯ରେ ଦେଖିବାକୁ ମିଳିପାରେ । ବିଜେଡି ପାଇଁ ଏହି ଆସନ ପୁଣିଥରେ ଅପହଞ୍ଚ ପାଲଟିପାରେ । ସେହିଭଳି ୫ ବର୍ଷ ପରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସର ସ୍ୱପ୍ନ ପୁଣିଥରେ ମଉଳିପାରେ । ସୁନ୍ଦରଗଡରେ ଲୋକସଭା ଆସନରେ ବିଜେପି ବାଜି ମାରୁଥିବା ନେଇ ଏକଜିଟ୍ ପୋଲ୍ ଦର୍ଶାଉଥିବା ବେଳେ ଏହା ଅଧୀନରେ ଥିବା ବିଧାନସଭା ଆସନରେ ଜବରଦସ୍ତ ପ୍ରଦର୍ଶନ କରିପାରେ ବିଜେଡି ।

ସୁନ୍ଦରଗଡ ଲୋକସଭା ଅଧୀନରେ ଆସୁଥିବା ୭ଟି ଆସନ ମଧ୍ୟରୁ ୫ଟିରେ ବିଜେଡି ବାଜିମାତ କରିପାରେ । ସେହିଭଳି ବିଜେପିର ଆସନ ପୂର୍ବପେକ୍ଷା ଆଉ ଗୋଟିଏ ବୃଦ୍ଧି ପାଇପାରେ । ଖାସକରି ଗତଥର ମାତ୍ର ୨ଟି ଆସନରେ ସୀମିତ ଥିବା ବିଜେଡି ଚଳିତଥର ଦମଦାର ଲମ୍ଫ ମାରିବା ସହ ୫ ଆସନରେ ପହଞ୍ଚିପାରେ । ରାଉରକେଲାରେ ବିଜେପି,ବଣାଇଁରେ ସିପିଏମ ଓ ସୁନ୍ଦରଗଡରେ କଂଗ୍ରେସ ଗଡକୁ ଧ୍ୱସ୍ତ କରି ବିଜେଡି ଏଠାରେ ବିଜୟ ବାନା ଉଡାଇବାରେ ସକ୍ଷମ ହୋଇପାରେ ।

ଅନ୍ୟପଟେ ତଳସରା ଓ ବୀରମିତ୍ରପୁରରେରେ ପ୍ରଥମ ଥର ପାଇଁ ଫୁଟିପାରେ ପଦ୍ମ । ଆଉ ଏହାସହ ୨୦୧୪ ତୁଳନାରେ ବିଜେପିକୁ ଗୋଟିଏ ସିଟ୍ ଅଧିକା ମିଳିପାରେ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି ।