ବରଗଡରେ ଫୁଟିପାରେ ପଦ୍ମ? ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ, ଜିତିପାରନ୍ତି ସୁରେଶ ପୂଜାରୀ । 

1,124

କନକ ବ୍ୟୁରୋ : ବିଜେପି ଦଖଲକୁ ଯାଇପାରେ ବର‘ଗଡ’ । ବରଗଡ ଲୋକସଭା ଆସନରେ ବିଜେଡିକୁ ଲାଗିପାରେ ବଡ ଝଟକା । ବିଜେଡିର ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାତ୍ ଦେଇ ବିଜେପିର ସୁରେଶ ପୂଜାରୀ ଯାଇପାରନ୍ତି ସଂସଦ । ପ୍ରତିଥର ସାଂସଦ ବଦଳାଉଥିବା ବରଗଡବାସୀ ଚଳିତଥର ବିଜେପି ଉପରେ ଭରସା କରିପାରନ୍ତି । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ଏଭଳି ସଂକେତ ଦେଖିବାକୁ ମିଳିଛି । ବିଜେପି ଲୋକସଭା ଆସନକୁ ଦଖଲ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ବିଧାନସଭାରେ ସେଭଳି ସଫଳତା ପାଇନପାରେ । ୭ ଆସନ ମଧ୍ୟରୁ ବିଜେଡି ୫ଟିରେ ବିଜୟୀ ହୋଇପାରେ । ସେହିଭଳି ବଳକା ୨ଟି ଆସନରେ ବିଜେପି ଓ କଂଗ୍ରେସକୁ କଡା ଟକ୍କର ଦେଇପାରେ ।

୨୦୧୪ରେ ବିଜେପି ବିଜୟୀ ହୋଇଥିବା ଦୁଇଟି ବିଧାନସଭା ଆସନରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିପାରେ । ପଦ୍ମପୁର ଓ ବ୍ରଜରାଜନଗରରେ ବିଜେପିକୁ କଡା ଟକ୍କର ଦେଇପାରେ ବିଜେଡି ଓ କଂଗ୍ରେସ । ଏହି ଆସନରେ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହା ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ସାମ୍ନାକୁ ଆସିନାହିଁ ।

ସେହିଭଳି ବଳକା ଥିବା ୫ଟି ଆସନରେ ବାଜି ମାରିପାରେ ବିଜେଡି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ବିଜେପୁର ଆସନ ମଧ୍ୟ ରହିଛି । ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରୁ ନବୀନ ନିର୍ବାଚନ ଲଢୁଥିବାରୁ ବିଧାନସଭା ନିର୍ବାଚନ ଲଢେଇରେ ଫାଇଦାରେ ରହିପାରେ ବିଜେଡି । ଏହାଛଡା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ନବ ଦାସ ମଧ୍ୟ ଝାରସୁଗୁଡା ଆସନରୁ ବିଜୟୀ ହୋଇପାରନ୍ତି ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି ।