କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ୭ଟି ପର୍ଯ୍ୟାୟରେ ଶେଷ ହୋଇଛି ମତଦାନ । ତେବେ ୨୩ ତାରିଖରେ ନିର୍ବାଚନ ଫଳାଫଳା ଆସିବା ପୂର୍ବରୁ ଆଜି ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ । ଜାତୀୟ ଗଣମାଧ୍ୟମ ଆଜ୍ ତକର ଏକଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ରାଜସ୍ଥାନରେ କ୍ଲିନ୍ ସୁଇପ୍ କରିପାରେ ଭାରତୀୟ ଜନତା ପାର୍ଟି । ରିପୋର୍ଟ ଅନୁଯାୟୀ, ମୋଟ୍ ୨୫ଟି ଆସନରୁ ବିଜେପି ୨୩-୨୫ ଆସନ ଅକ୍ତିଆର କରିପାରେ । ଅନ୍ୟପଟେ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟର ବାନା ଉଡାଇବାର ସମ୍ଭାବନା ରହିଥିବା ଏକଜିଟ୍ ପୋଲ୍ ଆକଳନ କହୁଛି ।
ରାଜସ୍ଥାନରେ ଚାଲିପାରେ ବିଜେପିର ରାଜ୍ । ଏକଜିଟ୍ ପୋଲ ଆକଳନ, କ୍ଲିନ୍ ସୁଇପ୍ କରିବାରେ ବିଜେପି, କଂଗ୍ରେସ ପାଇପାରେ ୨ଟି ଆସନ ।
/kanak/media/post_attachments/wp-content/uploads/2019/05/modi.jpg)