କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ରହିଛି । ବିରୋଧୀ ବି ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ଅଛନ୍ତି । ଅନ୍ୟପଟେ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଶାୟୀ ମଧ୍ୟ ଅନେକ ଅଛନ୍ତି । ଯଦି ଚେହେରା ଠିକ୍ ନହେବ ତାହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ଅସନ୍ତୋଷ ବୁମେରାଂ ହୋଇପାରେ । ତିନି ରାଜ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି ବାଜିମାତ କରିବା ପରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ସେ ନେଇ ଦ୍ୱନ୍ଦ୍ୱରେ ପଡିଛି । ତେଣୁ ଫଳାଫଳ ଗଣତିର ତିନି ଦିନ ପରେ ବି ଏଯାବତ ବିଜେପିର ଶୀର୍ଷ ନେତା ନିରବ ରହିଛନ୍ତି ।
- ହିନ୍ଦୀ ହାର୍ଟଲ୍ୟାଣ୍ଡ ପାଇବ ତିନି ନୂଆ ମୁଖ୍ୟମନ୍ତ୍ରୀ!
- ପୁରୁଖା ନେତାଙ୍କ ମାର୍ଗଦର୍ଶନରେ ସ୍ଥିତି ମଜବୁତ କରିବ ଦଳ?
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ସାଢ଼େ ଚାରି ଘଣ୍ଟା ଧରି ବୈଠକ ବସିଥିଲା । ଯେଉଁଥିରେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ଯୋଗ ଦେଇଥିଲେ । ଅନ୍ୟପଟେ ଦଳର ପୁରୁଖା ନେତା ନିଜ ନିଜ ଶୈଳୀରେ ଦିଲ୍ଲୀ ନେତାଙ୍କୁ ନିଜ ସପକ୍ଷରେ ବିଧାୟକ ଅଛନ୍ତି ବୋଲି ବାର୍ତା ଦେବାକୁ ପ୍ରୟାସ ହୋଇଛି । ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହ୍ୱାନଙ୍କ ଲୋକଙ୍କୁ ଭେଟି ବିଜୟର ଖୁସି ମନାଉଥିବା ବେଳେ ରାଜସ୍ଥାନରେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଘରେ ବିଧାୟକ ଡେରା ପକାଇବା ଆରମ୍ଭ କରିଛନ୍ତି ।
ମଧ୍ୟପ୍ରଦେଶରେ ଶିବରାଜ ମୁଖ୍ୟମନ୍ତ୍ରୀ ଅଛନ୍ତି । କିନ୍ତୁ ଏବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ସିଂ ପଟେଲ ଏବଂ କୈଳାଶ ବିଜୟବର୍ଗୀୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି । ସେହିପରି ରାଜସ୍ଥାନରେ ଶୀର୍ଷ ପଦବୀ ପାଇଁ ଅନେକ ନାମ ଚର୍ଚ୍ଚା ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଅର୍ଜୁନ ରାମ ମେଘୱାଲ, ରାଜ୍ୟ ବିଜେପି ସଭାପତି ସି. ପି. ଯୋଶୀ ଏବଂ ରାଜ୍ୟର ପ୍ରମୁଖ ନେତ୍ରୀ ଦୀୟା କୁମାରୀ ଏବଂ ମହନ୍ତ ବାଲକନାଥ ମଧ୍ୟ ସିଏମ୍ ରେସରେ ଅଛନ୍ତି । ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର ସାଓ, ବିରୋଧୀ ଦଳ ନେତା ଥିବା ଧରମଲାଲ କୌଶିକ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଓପି ଚୌଧୁରୀ ମଧ୍ୟ ରେସରେ ଅଛନ୍ତି ।
ତେବେ ନିର୍ବାଚନ ହାରିବା ପଛରେ କଂଗ୍ରେସ ନେତାଙ୍କ କନ୍ଦଳ ଗୋଟିଏ ପ୍ରମୁଖ କାରଣ କୁହାଯାଏ । ସେ ବାଘେଲ, ଟି.ଏସ ସିଂହ ଦେଓ ହୁଅନ୍ତୁ ଅବା ପାଇଲଟ-ଗେହଲଟ । ତେଣୁ ବିଜେପିକୁ ମଧ୍ୟ ଏହି କନ୍ଦଳ ଭୟ ଘାରିଛି ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/12/1-17.jpg)