ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିପାରେ ବଡ ଝଟକା । ସାମ୍ନାକୁ ଆସିଲା ଏକଜିଟ୍ ପୋଲ୍ ରିପୋର୍ଟ । ବିଜେପି ପାଇପାରେ ୨୬-୨୮ ଆସନ, କଂଗ୍ରେସ ଖାତାରେ ୧-୩ ।

122

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ୭ଟି ପର୍ଯ୍ୟାୟରେ ଦେଶରେ ସରିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ତେବେ ୨୩ ତାରିଖରେ ନିର୍ବାଚନ ଫଳାଫଳା ଆସିବା ପୂର୍ବରୁ ଆଜି ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ । ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିପାରେ ବଡ ଝଟକା । ଏକଜିଟ୍ ପୋଲର ଆକଳନ ମଧ୍ୟପ୍ରଦେଶରେ ମୋଟ୍ ୨୯ଟି ଆସନରୁ ବିଜେପି ଖାତାକୁ ଯାଇପାରେ ମୋଟ୍ ୨୬ରୁ ୨୮ଟି ଆସନ । ସେପଟେ କଂଗ୍ରେସ ମାତ୍ର ୧ ରୁ ୩ ଟି ଆସନ ଅକ୍ତିଆର କରିବ ବୋଲି ଆଜ୍ ତକର ଏକଜିଟ୍ ପୋଲ୍ ଆକଳନ କହୁଛି ।