କନକ ବ୍ୟୁରୋ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଦେଶରେ ନୁପୂର ଶର୍ମା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ନିଆଁ ଥମିନଥିବାବେଳେ ଅଗ୍ନିପଥକୁ ନେଇ ମଧ୍ୟ ଦେଶ ଭିତରେ ପୁଣି ନିଆଁ ଲାଗିଛି । ଏହି ଦୁଇ ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କ ଉପରେ ଗର୍ଜିଛନ୍ତି ଓୱେସି ।

Advertisment

ଏହାସହ ଓୱେସି କହିଛନ୍ତି ଯେ, ‘ନୁପୂର ଶର୍ମା ଦେଶରେ ନିଆଁ ଲଗେଇଦେଇ ନିଜେ ଚୁପଚାପ ବସିଛନ୍ତି । ତାଙ୍କୁ ନ୍ୟାୟିକ ଆଧାରରେ ଗିରଫ କରାଯିବା ଉଚିତ । କିନ୍ତୁ ମୋଦୀ ସରକାର ଏପରି କରିବେ ନାହିଁ । ବରଂ ପୁଣି ଥରେ ସମସ୍ତଙ୍କ ସାମ୍ନାକୁ ଆସିବେ ନୁପୂର । କେବଳ ଏତିକି ନୁହେଁ ତାଙ୍କୁ ଜଣେ ବଡ ନେତା ଭାବେ ଉପସ୍ଥାପନ କରାଯିବ । ଏମିତି ହୋଇପାରେ ଯେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି’ ବୋଲି ଓୱେସି କହିଛନ୍ତି । ସେହିପରି ବୁଲଡୋଜର ଚଳାଇବା ଘଟଣାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓୱେସି ।