ଓଡ଼ିଶା ପାଇଁ ବିଜେପିର ୯ଟି ‘ସଂକଳ୍ପ ପତ୍ର’ । କ୍ଷମତାକୁ ଆସିବାମାତ୍ରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, ଅନ୍ତୋଦୟ ଯୋଜନାରେ ଗରିବୀ ଦୂର କରିବାକୁ ପ୍ରତିଶ୍ରୁତି ।

256

କନକ ବ୍ୟୁରୋ: ଓଡ଼ିଶା ପାଇଁ ‘୯ଟି ସଂକଳ୍ପ ପତ୍ର’ ଜାରି କଲା ବିଜେପି । ୨୦୧୯ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରରେ ଇସ୍ତାହାର ପତ୍ର ପ୍ରକାଶ କରିଛନ୍ତି । ଓଡ଼ିଶାରେ ଗରିବୀ ହଟାଇବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।୧୫ ବର୍ଷରୁ କମ ବୟସର ବାଳିକା ମାନଙ୍କ ସହ ଦୁଷ୍କର୍ମରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ।ସେହିପରି ମହିଳାମାନଙ୍କପାଇଁ ସ୍ୱରୋଜଗାରର ଓ ଓଡ଼ିଶା ବିକାଶ ପାଇଁ  ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ଚାଣକ୍ୟ ।


ସେହିପରି ୪୫ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ। ଆଦିବାସୀମାନଙ୍କୁ ଜମିପଟ୍ଟା ଦିଆଯିବ। ପିଇବା ପାଣି, ରାସ୍ତାଘାଟ, ବିଜୁଳି ବ୍ୟବସ୍ଥା କରାଯିବ । ସବୁ ଗରିବଙ୍କୁ ଜମିପଟ୍ଟା ଦିଆଯିବ। ବିଜେପି ସରକାରକୁ ଆସିଲେ ଓଡ଼ିଶାର ସବୁ ଜିଲ୍ଲାରେ ପିପିପି ମୋଡରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରାଯିବ। ଏହାଛଡ଼ା ଆୟୁଷ୍ମାନ୍ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ।