ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ୨୦୧୯ ପାଇଁ ନିଜର ଘୋଷଣା ପତ୍ର ଜାରୀ କରିସାରିଛି । ଏହି ଘୋଷଣା ପତ୍ରରେ ‘ସଂକଳ୍ପିତ ଭାରତ,ସଶକ୍ତ ଭାରତ’ ନାଁ ଦିଆଯାଇଛି । ୫ ବର୍ଷ ସରକାର ଚଲାଇବା ପରେ ବିଜେପି ଏବେ ଆଗାମୀ ୫ ବର୍ଷ ପାଇଁ ନିଜର ଭିଜନ୍ କୁ ଦେଶ ସାମ୍ନାରେ ରଖିଛି । ସଂକଳ୍ପପତ୍ର ସମିତିର ଅଧ୍ୟକ୍ଷ ରାଜନାଥ ସିଂହ କହିଛନ୍ତି ଭାରତର ମନର କଥା ଏହି ସଂକଳ୍ପ ପତ୍ରରେ ରହିଛି । ସେ ନିର୍ବାଚନୀ ଭିଜନକୁ ପଢି ଦେଶ ସାମ୍ନାରେ ରଖିଛନ୍ତି । ସେ କହିଛନ୍ତି ୬ କୋଟି ଜନତାଙ୍କ ସହ କଥାବାର୍ତ୍ତା କରି ଏହି ସଂକଳ୍ପ ପତ୍ରକୁ ପ୍ରସ୍ତୁତ କରାଯାଇଛି ।
ଏହି ସଂକଳ୍ପ ପତ୍ରରେ ଗରିବ ତଥା ସୀମାନ୍ତ ଅବସ୍ଥାରେ ଥିବା କୃଷକଙ୍କୁ ଯେଭଳି ୬୦ ବର୍ଷ ପରେ ପେନସନ୍ ଯୋଗାଇ ଦିଆଯିବାକୁ କୁହାଯାଇଛି । ଠିକ୍ ସେହିପରି ଛୋଟ ଦୋକାନୀ ମଧ୍ୟ ଏହି ଯୋଜନା ଅନୁସାରେ ପରିଣତ ବୟସରେ ଲାଭବାନ ହେବେ । ଯେଉଁଥିରେ କୁହାଯାଇଛି ଯେ ରାଷ୍ଟ୍ରୀୟ ବ୍ୟାପାର ଆୟୋଗର ଗଠନ କରାଯିବ । ଛୋଟ ବେପାରୀଙ୍କୁ ସାମିଲ କରି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ବିସ୍ତାର କରାଯିବ । ଏହି ଯୋଜନା ଅନୁସାରେ ଛୋଟ ଦୋକାନୀମାନଙ୍କୁ ୬୦ ବର୍ଷ ପରେ ପେନସନ୍ ଯୋଗାଇ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/SHOP-NEW.jpg)
/kanak/media/post_attachments/wp-content/uploads/2019/04/776326-bjp-300x166.jpg)