କନକ ବ୍ୟୁରୋ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଜୟ ପରେ ଓଡିଶା ବିଜୟ ଲାଗି ଉତ୍ସାହିତ ରାଜ୍ୟ ବିଜେପି । ରାଜ୍ୟରେ କିଭଳି ସରକାର କରିବେ ସେ ନେଇ ରାମ ମନ୍ଦିର ପାଖ ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି ତତ୍ପରତା । କେନ୍ଦ୍ରିୟ ନେତୃତ୍ୱଙ୍କୁ ଭେଟି ରାଜ୍ୟରେ ସରକାର କରିବାକୁ ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । କେନ୍ଦ୍ରିୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ ଏବେ ରାଜ୍ୟ ବିଜେପି ଗାଁ ମୁହାଁ । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ଅଂଟା ଭିଡିଛି ଦଳ ।

Advertisment

ରାଜ୍ୟ ବିଜେପିର ୩୬ଟି ସାଂଗଠନିକ ଜିଲ୍ଲା ଏବଂ ୩୭ ହଜାର ବୁଥକୁ ମଜବୁତ କରିବାକୁ ରାଜ୍ୟ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରିୟ ନେତୃତ୍ୱ ।

- ବିଧାୟକ, ସାଂସଦ, କାର୍ଯ୍ୟକର୍ତା, ଜିଲ୍ଲା ସଭାପତିମାନେ ଗାଁ ମୁହାଁ ହେବେ
- ୭ ଛାମୁଆ ସଂଗଠନକୁ ମଧ୍ୟ ମିଳିବ ଗୁରୁ ଦାୟିତ୍ୱ
- ବିଜେପିର ବିଧାୟକ, ସାଂସଦ ପ୍ରାର୍ଥୀ ପ୍ରଥମେ ନିଜ ଅଂଚଳ ଓ ପରେ ପାଖ ଅଂଚଳରେ ଥିବା ଗାଁକୁ ଯିବାକୁ ନିର୍ଦ୍ଦେଶ
- ଶୀର୍ଷ ନେତୃତ୍ୱରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତା ପର୍ଯ୍ୟନ୍ତ ପଂଚାୟତ ସ୍ତରକୁ ଯିବେ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ଆଗରେ ରଖିବେ
ଏପଟେ ବିଜେପିକୁ କଟାକ୍ଷ କରିଛି ବିଜେଡି । କହିଛି,
- ବିଜେପି ନେତା ଏବେ ଗାଁକୁ ଯିବା କଥା ଚିନ୍ତା କରୁଛନ୍ତି କିନ୍ତୁ ବିଜେଡି ଗାଁ ଲୋକଙ୍କ ସହିତ ରହିଛି
- ଓଡି଼ଶାର ଜନତା ୫ ଥର ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଛନ୍ତି ଏବଂ ଆଗାମୀ ନିର୍ବାଚନରେ ବିଜେଡି ସଫଳତା ଦୋହରାଇବ

ବାରମ୍ବାର ଓଡିଶା ଗସ୍ତରେ ଆସି ବିଜେପିର କେନ୍ଦ୍ରିୟ ନେତୃତ୍ୱ ତୃଣମୂଳ ସଂଗଠନକୁ ସଂଗଠିତ କରିବାକୁ ବିଜେପି କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେଇଥାନ୍ତି । କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନ ସଫଳତା ଛଡା ଆଜିଯାଏଁ ତୃଣମୂଳ ସ୍ତରରେ ଆଖିଦୃଶିଆ ସଫଳତା ପାଇ ପାରି ନାହିଁ ରାଜ୍ୟ ବିଜେପି ।