କନକ ବ୍ୟୁରୋ: ପ୍ରାର୍ଥୀ ତାଲିକାରୁ ଚୂଡାନ୍ତ ରୂପ ଦେବାକୁ କାଲି ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ବିଜେପିର ମାରାଥନ ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତି ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ । ଆଜି କୌଣସି ସମୟରେ ବିଜେପି ପ୍ରାର୍ଥୀ ତାଲିକା ଆସିପାରେ । ଏଥିପାଇଁ ଆଜି ପୁଣି ବୈଠକ ବସିବ । ମିଳିଥିବା ସୂଚନା ଅନୁସାରେ, ୧୮୦ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ନାଁ ଘୋଷଣା ହୋଇପାରେ ।

Advertisment

publive-image

ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ତାଲିକା ପ୍ରସ୍ତୁତ ହୋଇ ରହିଛି । ବିହାର, ଉତରାଖଣ୍ଡ, ଅରୁଣାଚଳ, ମହାରାଷ୍ଟ୍ର, ଆନ୍ଧ୍ର, କେରଳ ଓ ଜାମ୍ମୁ-କାଶ୍ମୀରର ପ୍ରାର୍ଥୀ ସମ୍ପର୍କରେ ଆଲୋଚନା କରାଯାଇଛି । ଖବର ଅନୁସାରେ, ବରିଷ୍ଠ ନେତା ଶାହନୱାଜ ହୁସେନଙ୍କୁ ବିହାରରେ ଟିକେଟ ମିଳିନାହିଁ । ଅନେକ ସାଂସଦଙ୍କ ଟିକେଟ କଟିବା ସମ୍ଭାବନା ରହିଛି । ଉତରପ୍ରଦେଶର ୮୦ଟି ଆସନ ପାଇଁ ଆଜି ସ୍ୱତନ୍ତ୍ର ଭାବେ ବିଜେପିର ଅଲଗା ବୈଠକ ବସିବ । ଏହାଛଡା ଓଡିଶାର ସମ୍ଭାବ୍ୟ ପ୍ରାର୍ଥୀ ନେଇ ବି ଆଲୋଚନା ହେବା ସମ୍ଭାବନା ରହିଛି ।

publive-image

ସେପଟେ, ଓଡ଼ିଶାରେ ପ୍ରଥମ ଓ ଦ୍ବିତୀୟ ପର‌୍ୟ୍ୟାୟରେ ନିର୍ବାଚନ ହେବାକୁ ଥିବା ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ ହୋଇସାରିଛି। ଗତକାଲି ନୂଆଦିଲ୍ଲୀରେ ବସିଥିବା ସ୍କ୍ରିନିଂ କମିଟିର ମାରାଥନ୍ ବୈଠକରେ ଚୂଡ଼ାନ୍ତ ହୋଇଥିବା ତାଲିକାକୁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଯାଇଛି। ସିଇସି ବୈଠକରେ ଏହାର ତର୍ଜମା କରାଯାଉଛି। ସିଇସି ଏହାକୁ ଚୂଡ଼ାନ୍ତ କରିବା ପରେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଯେ କୌଣସି ମୁହୂର୍ତରେ ଏହି ତାଲିକା ଉପରେ ମୋହର ମାରିପାରନ୍ତି। ଗତକାଲି ତେଲେଙ୍ଗାନା ରାଜ୍ୟ କଂଗ୍ରେସ ପାଇଁ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଅନୁରୂପ ଭାବେ ଆଜି ଓଡ଼ିଶା ପାଇଁ ପ୍ରଥମ ୨ଟି ପର‌୍ୟ୍ୟାୟର ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବାର ସମ୍ଭାବନା ଅଧିକ।