ଖୁବଶିଘ୍ର ଜାରି ହୋଇପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସିଇସି ବୈଠକରେ ହେଭିୱେଟ, ନୂଆ ଓ ମହିଳାଙ୍କ ଚେହେରା ଉପରେ ଫୋକସ୍

109

କନକ ବ୍ୟୁରୋ : ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇସାରିଛି । କେବଳ ନାଁ ଘୋଷଣାକୁ ଅପେକ୍ଷା ରହିଛି । ଖୁବ୍ ଶୀଘ୍ର ତାଲିକାରେ ଥିବା ନାଁ ଗୁଡ଼ିକ ସାମ୍ନାକୁ ଆସିବ । ତେବେ ଗୁରୁବାର ରାତିରେ ପ୍ରସ୍ତୁତ ହୋଇଥିବା ତାଲିକାରେ କେଉଁ କେଉଁ ନେତାଙ୍କ ନାଁ ରହିଛି, ଯଦିଓ ତାହା ସ୍ପଷ୍ଟ ହୋଇନି, ତଥାପି କେଉଁ ଆଧାରରେ ଏହି ତାଲିକା ପ୍ରସ୍ତୁତ ସେବାବଦରେ କିଛି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ହେବିୱେଟ୍ ନେତାଙ୍କ ନାଁ ରହିଛି । ଯେମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ, ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟର ଗାନ୍ଧୀନଗର ଏବଂ ଉତରପ୍ରଦେଶର ଲକ୍ଷେ୍ନø ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସମ୍ଭାବ୍ୟ ତାଲିକାରେ ଏଭଳି କିଛି ନେତାଙ୍କ ନାଁ ରହିଛି, ଯେଉଁମାନେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେମାନଙ୍କୁ ଏଥର ଲୋକସଭାକୁ ଓହ୍ଲାଇପାରେ ବିଜେପି । ଯେମିତି କି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ସର୍ବାନନ୍ଦ ସୋନୋୱାଲ୍, ଭୁପେନ୍ଦ୍ର ଯାଦବ ପ୍ରମୁଖ । ପ୍ରଥମ ପର୍ଯ୍ୟାୟ ତାଲିକାରେ ପୁରୁଣା ଚେହେରା ବଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛି । ସେହିପରି ଗୋଟିଏ ଆସନରୁ ୨ ଥର ଜିତିଥିବା ନେତାଙ୍କୁ ମଧ୍ୟ ଅଣଦେଖା କରାଯାଇଛି । ନୂଆ ଚେହେରା ଭାବେ ଭୋଜପୁରୀ ତାରକା ପୱନ ସିଂଙ୍କ ଭଳି ତାରକାଙ୍କୁ ସୁଯୋଗ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି ।ଯେଉଁ ସବୁ ଆସନରେ ବିଜେପି, ଦୁର୍ବଳ ଅଛି ସେହି ସବୁ ଲୋକସଭା ଆସନ ଉପରେ ବିଜେପି ଅଧିକ ଗୁରୁତ୍ୱ ଦେଇଛି । ଏଭଳି ଆସନରେ ଦଳକୁ ଜିତାଇବା ଭଳି ନେତାଙ୍କୁ ଟିକେଟ ଦେଇଛି ବିଜେପି । ବୈଠକରେ ଏହି ଭଳି ଆସନ ଉପରେ ବେଶ ଗୁରୁତ୍ୱ ଦେଇଥିଲେ ଶୀର୍ଷସ୍ତରୀୟ ନେତା । କାହାକୁ ବିଜେପି ଟିକେଟ ଦେବ, ତାହା ବିଜେପ ପାଇଁ ଯେତିକି ଗୁରୁତ୍ୱପ୍ରୂ୍ଣ୍ଣ ବିଷୟ, କେଉଁ ସବୁ ନେତାଙ୍କୁ ତାଲିକାରୁ ବାଦ ଦିଆଯିବ, ତାକୁ ବେଶ ଗୁରୁତ୍ୱ ଦେଇଛି ଦଳ । ୬୦ରୁ ୭୦ ସାଂସଦଙ୍କୁ ତାଲିକାରୁ ବାଦ ଦେଇଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ଅପେକ୍ଷା ପ୍ରଥମ ପର୍ଯ୍ୟାୟ ତାଲିକାରେ କିଏ କିଏ ରହୁଛନ୍ତି ଏବଂ କେଉଁ କେଉଁ ନେତା ବାଦ୍ ପଡ଼ୁଛନ୍ତି ।