ଗୁଜୁରାଟ : ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ

137

କନକ ବ୍ୟୁରୋ : ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ନାମ ସୁପାରିଶ କରିଛନ୍ତି ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ଗାନ୍ଧୀ ନଗର ଠାରେ ବିଜେପି ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ରଙ୍କ ନାମ ସବୁଠାରେ ଆଗରେ ରହିଛି ।

କହିରଖୁ କି ଗାନ୍ଧୀ ନଗର ଠାରେ ବିଜେପି ବିଧାୟକ ଦଳ ବୈଠକ ଜାରି ରହିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ । ଶନିବାର ଦିନ ବିଜୟ ରୂପାଣୀ ହଠାତ ଇସ୍ତଫା ଦେବା ପରେ ଗୁଜୁରାଟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡରେ ଅନେକ ବିଜେପି ନେତାଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଭୂପେନ୍ଦ୍ର ଭାଇ ପଟେଲଙ୍କ ନାମ ସୁପାରିଶ କରିଛନ୍ତି । ଭୂପେନ୍ଦ୍ର ପଟେଲ ଗୁଜୁରାଟର ଘାଟିଲୋଡିଆ ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି ।