ବିଜେପିର କକ୍ଷ ତ୍ୟାଗ: କହିଲେ, ଆମକୁ ମିଳୁନି ସମ୍ମାନ

132

କନକ ବ୍ୟୁରୋ: ବିଧାନସଭାରେ ଆଜି ପୁଣି ବିରୋଧୀ ହଙ୍ଗାମା କରିଛନ୍ତି । ହଙ୍ଗାମା ପରେ ବିଜେପି ସଦସ୍ୟ କକ୍ଷ ତ୍ୟାଗ କରିଛନ୍ତି । ମୁଖ୍ୟ ବିରୋଧୀ ଦଳ ଭାବେ ସମ୍ମାନ ମିଳୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ଏହାସହ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ସଦସ୍ୟ ।

ବିଧାନସଭାରେ ବିଜେପି ସଦସ୍ୟଙ୍କ ହଙ୍ଗାମା ପରେ ୧୦ ମିନିଟ ପାଇଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ଏହାସହ ଗୃହ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ । ପ୍ରାୟ ୩ଦିନ ପରେ ଆଜି ଗୃହ କାର୍ଯ୍ୟ ସ୍ୱଭାବିକ ହୋଇଥିଲା । ଗୃହ ସ୍ୱଭାବିକ ହେବା ପରେ ପ୍ରଶ୍ନକାଳ ଜାରି ରହିଥିଲା ।