କନକ ବ୍ୟୁରୋ : ୧୯ କୁରୁକ୍ଷେତ୍ରର ଆଜି ହେଉଛି ମହାନିର୍ଣ୍ଣୟ । ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭାରତୀୟ ଜନତା ପାର୍ଟି ୩୪୬ ଆସନ ସହ ଆଗରେ ରହିଛି । ତେବେ ଜାତୀୟ ରାଜନୀତିରେ ଗୁରୁତ୍ୱବହନ କରୁଥିବା ଦିଲ୍ଲୀର ୭ଟି ଲୋକସଭା ଆସନରେ ଆଗରେ ରହିଛି ବିଜେପି । ଏକଜିଟ୍ ପୋଲର ଆକଳନ ଯାହା ଦର୍ଶାଉଥିଲା, ତାହା ହୁଏତ ସତ ହେବାକୁ ଯାଉଛି । ପୁଣି ଥରେ ମୋଦି ମ୍ୟାଜିକ୍ କାମ କରିଥିବା କୁହାଯାଉଥିବା ବେଳେ ଟ୍ରେଣ୍ଡିଂ ରିପୋର୍ଟକୁ ଦେଖିଲେ କଂଗ୍ରେସକୁ ଏକ ବଡ ଝଟକା ଲାଗିବାର ଆକଳନ କରାଯାଉଛି ।
ଦିଲ୍ଲୀରେ ଦମ୍ ଦେଖାଉଛି ମୋଦି ମ୍ୟାଜିକ୍ । ସମସ୍ତ ୭ଟି ଲୋକସଭା ଆସନରେ ଆଗରେ ରହିଛି ବିଜେପି ।
/kanak/media/post_attachments/wp-content/uploads/2019/03/Narendra-Modi-Hits-Back-To-People-Opposing-Bullet-Train-Project.jpg)