ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ ବିଜେପି ୭୮ ଆସନରେ ଆଗୁଆ । ୫୪ ଆସନରେ ବିଜେଡି ଦ୍ୱିତୀୟରେ । କଂଗ୍ରେସକୁ ୧୧ ଆସନ

184

କନକ ବ୍ୟୁରୋ: ଭୋଟ ଗଣତି ସହ ରାଜ୍ୟରେ ଲିଡ୍ କରୁଛି ବିଜେପି । ଏଯାଏଁ ହୋଇଥିବା ଗଣନା ଅନୁସାରେ ରାଜ୍ୟ ବିଧାନସଭାରେ ବିଜେପି ୧୪୭ରୁ ୭୮ ଆସନ ଦଖଲ କରିସାରିଥିବା ବେଳେ ପଛରେ ପଡିଛି ବିଜେଡି । ବିଜେଡିକୁ ମିଳିଛି ମାତ୍ର ୫୪ ଆସନ । କଂଗ୍ରେସ ୧୧ଟି ଆସନରେ ବିଜୟ ହାସଲ କରିସାରିଲାଣି । ସେହିପରି ଅନ୍ୟାନ୍ୟଙ୍କୁ ମିଳିଛି ୩ଟି ଆସନ । ସେହିପରି ଲୋକସଭା ଆସନରେ ବିଜେପି ୧୯ ଆସନ ଦଖଲ କରିସାରିଛି ।

ଜାତୀୟ ସ୍ତରରେ ବିଜେପି ୨୯୬ ଆସନ ଦଖଲ କରିସାରିଥିବାବେଳେ କଂଗ୍ରେସ ବି ପୁରା ଦମରେ ଆଗେଇ ଚାଲିଛି । କଂଗ୍ରେସକୁ ଏବେଯାଏଁ ୨୨୮ଟି ଆସନ ମିଳିସାରିଛି । ଅନ୍ୟାନ୍ୟଙ୍କୁ ମିଳିଛି ୧୯ଟି ଆସନ ।