ଆମେଠିରେ କଂଗ୍ରେସକୁ ଲାଗିବ କି ଝଟକା ? ଦିନ ୧୨.୧୩ ସୁଦ୍ଧା ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ସ୍ମୃତି ଇରାନୀ

Advertisment
ଆମେଠିରେ କଂଗ୍ରେସକୁ ଲାଗିବ କି ଝଟକା ? ଦିନ ୧୨.୧୩ ସୁଦ୍ଧା ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ସ୍ମୃତି ଇରାନୀ

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । କଂଗ୍ରେସ ଗଡ କୁହାଯାଉଥିବା ଆମେଠିରେ ଦିନ ୧୨. ୧୩ ସୁଦ୍ଧା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ୧୦,୦୦୦ ଭୋଟରେ ଆଗୁଆ ରହିଛନ୍ତି । ଆମେଠି ଆଶନରେ କଂଗ୍ରେସ ପ୍ରାର୍ଥୀ ଭାବେ ରାହୁଲ ଗାନ୍ଧୀ ଛିଡା ହୋଇଥିବା ବେଳେ ତାଙ୍କ ବିପକ୍ଷ ପ୍ରତିଦ୍ୱନ୍ଦି ଭାବେ ଛିଡା ହୋଇଥିଲେ ସ୍ମୃତି ଇରାନୀ । ତେବେ ଦେଖିବାକୁ ବାକି ରହିଲା କଂଗ୍ରେସ ଗଡରେ ବିଜେପିର ବିଜୟ ପତାକା ଉଡିବ କି ପୁଣିଥରେ କଂଗ୍ରେସ ତାର କ୍ଷମତା ବଜାୟ ରଖିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe