ଝଡ଼ ସୃଷ୍ଟି କଲାଣି ବିଜେପି ନେତାଙ୍କ ବୟାନ ; ବିଧାୟକ ଅଶୋକ ମହାନ୍ତି କହିଲେ, ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡ଼ିର ଅନେକ ନେତା ଓ ବିଧାୟକ

Advertisment
ଝଡ଼ ସୃଷ୍ଟି କଲାଣି ବିଜେପି ନେତାଙ୍କ ବୟାନ ; ବିଧାୟକ ଅଶୋକ ମହାନ୍ତି କହିଲେ, ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡ଼ିର ଅନେକ ନେତା ଓ ବିଧାୟକ

କନକ ବ୍ୟୁରୋ: ରାଜନୀତିରେ ଝଡ଼ ସୃଷ୍ଟି କଲାଣି ବିଜେପି ନେତାଙ୍କ ବୟାନ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବିଧାୟକ ଅଶୋକ ମହାନ୍ତି ଆଜି ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ବିଜେଡି ଛିଡୁଛି, ବିଜେପି ରାଜ୍ୟରେ ବଢୁଛି। ବହୁତ ଲୋକ ବିଜେଡି ଛାଡି ବିଜେପିରେ ମିଶିବାକୁ ଚାହୁଁଛନ୍ତି। ଅନେକ ନେତା ଲାଇନରେ ଅଛନ୍ତି। ଯେଉଁ ନେତାଙ୍କୁ ବିଜେଡି ଅଣଦେଖା କରିଛି ସେହି ଭଳି କିଛି ନେତୃବୃନ୍ଦ ଖୁବଶୀଘ୍ର ବିଜେଡି ଛାଡି ବିଜେପିରେ ଯୋଗଦେବେ। ଗତକାଲି ଅପରାଜିତା ଷଡଙ୍ଗୀ କହିଥିଲେ, ବର୍ତ୍ତମାନ ଟ୍ରେଲର ଦେଖିଛନ୍ତି, ଆଗକୁ ପୁରା ଫିଲ୍ମ ଦେଖିବେ। ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ, ଏଥିରେ କିଛି କହିବାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe