କନକ ବ୍ୟୁରୋ : ଥାନାରେ ରାତି କାଟିଲେ ବିଜେପି ନେତା । ସମ୍ବଲପୁର ଟାଉନ ଥାନା ପରିସରରେ ବିଜେପି ନେତାଙ୍କ ରାତି ବିତିିଛି । ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ଆନ୍ଦୋଳନ ପରେ ସରକାରଙ୍କ ବିରୋଧରେ ଗର୍ଜିଛି ବିଜେପି । ଭୁବନେଶ୍ୱରରେ ଦଳ କହିଛି, ଆନ୍ଦୋଳନକୁ ଆଗକୁ ବଢାଯିବ । ବିରୋଧୀ ଦଳ ନେତାଙ୍କ ସମେତ ବିଜେପିର ଅନେକ ନେତା ଗିରଫ ହୋଇ ଥାନାରେ ଅଛନ୍ତି ।
ଶୁକ୍ରବାର ସୁଦ୍ଧା ସରକାର ନିଷ୍ପତ୍ତି ନନେଲେ ଆନ୍ଦୋଳନକୁ ଜୋରଦାର କରାଯିବ । ବିଜେପି ଅଭିଯୋଗ କରିଛି, ସବୁ ମଣ୍ଡି ବିଳମ୍ବରେ ଖୋଲିଲା । ହଜାର ହଜାର କ୍ୱିଂଟାଲ ଧାନ ପଡିରହିଛି । ଚାଷୀଙ୍କ ପାଖରେ ଟୋକନ ପହଂଚିପାରୁନାହିଁ । ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରି କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/9-21.jpg)