ପରୀ ଗାଁରେ ପହଁଚିଲା ବିଜେପିର ପଦଯାତ୍ରା । ପରୀ ପାଇଁ ଲଢ଼େଇ ଜାରି ରଖିବାକୁ ନିଷ୍ପତ୍ତି ।

108

କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ୫ଦିନ ଧରି ଚାଲିଥିବା ବିଜେପିର ପଦଯାତ୍ରା ଆଜି ଯଦୁପୁରରେ ପହଂଚିଛି । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଯଦୁପୁରରେ ପହଂଚିବା ପରେ ଏକ ବଡ ସଭାର ଆୟୋଜନ କରାଯାଇଥିଲା ଏବଂ ବିଜେପି ନେତାମାନେ କହିଥିଲେ, ପରୀ ପାଇଁ ଏହି ଲଢେଇ ଜାରି ରହିବ ।

ଅନ୍ୟ ୫ ହଜାର ପରୀଙ୍କ ନିଖୋଜ ନେଇ ଖୋଳତାଡ କରିବାକୁ ଦଳ ଦାବି କରିଛି । ଏଥିସହ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯାଉ ଏବଂ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରି ବହିଷ୍କାର ଦାବି କରିଥିଲେ । ପଦଯାତ୍ରାରେ ବିଜେପିର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।