ନବୀନ ନିବାସରେ ବିଜେପି ପ୍ରତିନିଧି ଦଳ । ଦଳୀୟ ପ୍ରାର୍ଥୀଙ୍କ ସରକାରୀ ଚାକିରିରୁ ଇସ୍ତଫା ପତ୍ରକୁ ଗ୍ରହଣ କରାଯିବା ନେଇ ନବୀନକୁ ଭେଟିବେ ପ୍ରତିନିଧି ଦଳ

ନବୀନ ନିବାସରେ ବିଜେଡି ପ୍ରତିନିଧି ଦଳ

600
କନକ ବ୍ୟୁରୋ : ନବୀନ ନିବାସରେ ବିଜେଡି ପ୍ରତିନିଧି ଦଳ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛି ବିଜେପି ଟିମ ।ବାରିପଦା ସାରସକଣା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବୁଦାନ ମୁର୍ମୁ୍ଙ୍କୁ ଚାକିରିରୁ ଅବ୍ୟାହତି ଦେବା ପାଇଁ ନବୀନଙ୍କୁ ଭେଟିବାକୁ ଚାହୁଁଛି ଦଳ । ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ନବୀନ ନିବାସକୁ ଆସିଛନ୍ତି ।
  ସୂଚନା ଅନୁଯାୟୀ ବାରିପଦା ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ପଦରୁ ଗତ ୬ମାସ ହେଲା ଇସ୍ତଫା ଦେଲେଣି ବୁଦାନ ମୁର୍ମୁ । କିନ୍ତୁ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଉନାହିଁ । ତେଣୁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇବାକୁ ଚାହୁଁଛି । ସାରସକଣା ବିଧାନସଭା ନିବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହେଉଛନ୍ତି ବୁଦାନ ମୁର୍ମୁ ।