ଦିଲ୍ଲୀ ଯିବେ ବିଜେପି ନେତା । ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି !

197

କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟି ୨୪ ନିର୍ବାଚନ ଲାଗି ଗୁରୁମନ୍ତ୍ର ନେବେ । ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର ଏବେର ସ୍ଥିତି ନେଇ ଦଳୀୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବାର ଯୋଜନା ରହିଛି । ସାକ୍ଷାତ ସମୟରେ ..
କେନ୍ଦ୍ରୀୟ ନେତୃତ୍ୱକୁ ଜଣାଇବେ ଓଡିଶା ନେତା
– ରାଜ୍ୟ ରାଜନୀତି ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇବେ ରାଜ୍ୟ ନେତା
– ବିଜେପି ସହ ମେଂଟ ହେବ ବୋଲି ପ୍ରଚାର କରି ବିଜେପି କର୍ମୀଙ୍କ ମନୋବଳ ଭାଙ୍ଗୁଛି ବିଜେଡି
– କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ହଡପ କରୁଥିବା ଜଣାଇବେ
– କେନ୍ଦ୍ରୀୟ ଯୋଜନାରେ ମୋଦୀ ଫଟୋ ନ ଲଗାଇବା ପ୍ରସଙ୍ଗ ଅବଗତ କରାଇବେ

ବିଧାନସଭା ସହିତ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । କିନ୍ତୁ ନିକଟରେ ଆସିଥିବା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ ଅଛନ୍ତି ବିଜେପି ନେତା ଓ କର୍ମୀ । ବିଜେପି ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି । ଆଉ ଓଡିଶାରେ ମଧ୍ୟ ସମାନ ଫଳାଫଳ ଦୋହରାଇବା ଲକ୍ଷ୍ୟରେ ରହିଛି ରାଜ୍ୟ ବିଜେପି । ତେବେ ବିଜେପି ବିଧାୟକଙ୍କ ଦିଲ୍ଲୀ ରଣନୀତିର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ । ଅନ୍ୟପଟେ ଦୁଇ ଦଳ ମଧ୍ୟରେ ସଂପର୍କ ନିବିଡ ରହିଛି, ଲୋକଙ୍କୁ ଭୂଆଁ ବୁଲାଇବାକୁ ଏହି କାର୍ଯ୍ୟକ୍ରମ ବୋଲି କଟାକ୍ଷ କରିଛି କଂଗ୍ରେସ ।

ରାଜ୍ୟରେ ବିଜେଡି ଓ କେନ୍ଦ୍ରିୟ ବିଜେପିର ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ହେଲେ, ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ କେନ୍ଦ୍ରିୟ ବିଜେପିର ଆଭିମୁଖ୍ୟରେ କିଛି ପରିବର୍ତନ ହେବ କି ନାହିଁ, ତାହା ଅଗାମୀ ଦିନରେ ସ୍ପଷ୍ଟ ହେବ ।