ମୁକୁଲ ରାୟ ଟିଏମସିରେ ସାମିଲ ହେବା ପରେ ପଶ୍ଚିମବଙ୍ଗ ବିଜେପିରେ ଭାଳେଣୀ । ଜାଣନ୍ତୁ କଣ ରହିଛି ବିଜେପି ନେତାଙ୍କ ପ୍ରତିକ୍ରିୟା

279

କନକ ବ୍ୟୁରୋ : ବିଜେପି ଛାଡି ମୁକୁଲ ରାୟ ବିଜେପିରେ ଯୋଗ ଦେବା ପରେ ବିଜେପି ଶିିବିରରେ ଭାଳେଣୀ ପଡିଛି । ବିଜେପିର ନେତା ମାନେ ମୁକୁଲଙ୍କୁ ନେଇ ଭିନ୍ନ ଭିନ୍ନ ବୟାନ ଦେବାରେ ଲାଗିଛନ୍ତି । ବିଜେପିକୁ ଧୋକ୍କା ଦେଇ ମୁକୁଲ ଟିଏମସିରେ ସାମିଲ ହେବା ପରେ ବିଜେପି ସାଂସଦ ଅର୍ଜୁନ ସିଂ କହିଛନ୍ତି କି ମୁକୁଲଙ୍କ କାହାଣୀ ‘ଆୟା ରାମ ଗୟା ରାମ’ ଭଳି ।

ସେ ମମତାଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଯେତେବେଳେ ରାଜନୀତିରେ ଅଭିଶେକ ବାନାର୍ଜୀ ଆଗକୁ ଆସିଗଲେ ସେତେବେଳେ ଦିଦି ମୁକୁଲଙ୍କୁ ଗଳା ଧକ୍କାଦେଇ ଦଳରୁ ବିଦା କରିଥିଲେ । ମୁକୁଲଙ୍କୁ ଅବସରବାଦୀ ନେତା ବୋଲି ଅର୍ଜୁନ ସିଂ କହିବା ସହ ମୁକୁଲ ଟିଏମସିରେ ଯୋଗଦେବା ପୂର୍ବରୁ ବିଜେପିରୁ ଇସ୍ତଫା ଦେବା ଉଚିତ୍ ଥିଲା ବୋଲି ସେ କହିଛନ୍ତି ।
କେବଳ ଅର୍ଜୁନ ସିଂ ନୁହନ୍ତି , ବିଜେପି ଛାଡିବା ପରେ ମୁକୁଲଙ୍କୁ ଟାର୍ଗେଟ କରିଛନ୍ତି ବିଷ୍ଣୁପୁର ସାଂସଦ ସୌମିତ୍ର ଖାନ । ସେ କହିଛନ୍ତି କି ମୁକୁଲ ହେଉଛନ୍ତି ଦ୍ୱିତୀୟ ମୀର ଜାଫର । ସେ ସମସ୍ତଙ୍କୁ ଧୋକ୍କା ଦେଇଛନ୍ତି । ତାଙ୍କ ସମର୍ଥନରେ ଭୋଟର ନାହାନ୍ତି ତେଣୁ ସେ ନିଜ ପୁଅକୁ ଜିତାଇ ପାରିଲେ ନାହିଁ ବୋଲି କହିଛନ୍ତି । କେବଳ ମୁକୁଲଙ୍କୁ ନୁହେଁ ସୌମିତ୍ର ମୁକୁଲଙ୍କ ପୁଅକୁ ବି ଟାର୍ଗେଟ କରିଛନ୍ତି । ମୁୂକୁଲଙ୍କ ପୁଅ ଟଙ୍କା ରୋଜଗାର କରିବାକୁ ବିଜେପିରେ ଯୋଗ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ମୁକୁଲ ରାୟ ବିଜେପି ଛାଡିବା ପରେ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେପି ସାଂସଦ ଖର୍ଗେନ ମୁର୍ମୁ କହିଛନ୍ତି । ସେ କହିଛନ୍ତି କି ମୁକୁଲ ପଶ୍ଚିମବଙ୍ଗରେ ବିଜେପିର ସାଂଗଠନିକ ସ୍ଥିତି ମଜବୁତ କରିବାରେ ବହୁତ ଭଲ କାମ କରିଥିଲେ । ସେ ଦଳ ଛାଡିବା ତାଙ୍କ ଇଚ୍ଛା କିନ୍ତୁ ସେ ବିଜେପି ଛାଡିବା ପରେ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ   ।