ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପ୍ରସଙ୍ଗ: ବିଜେପି ନେତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ, ପ୍ରଭାତୀ ପରିଡା ପ୍ରେସମିଟରେ ଜାରିକଲେ ଅଡିଓ ।

148

କନକ ବ୍ୟୁରୋ: ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିଜେପି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ ଆଣିଛି । ଦଳ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି । ପ୍ରମାଣ ସ୍ୱରୂପ ଏକ ଅଡିଓ ମଧ୍ୟ ରହିଛି । ଅଡିଓରେ ଧର୍ମେନ୍ଦ୍ର ଅକ୍ଷୟ ନାମକ ଜଣେ ସାମ୍ବାଦିକଙ୍କ ସହ ଫୋନରେ କଥାବାର୍ତା ହେଉଛନ୍ତି । ଏଥିରେ ତାଙ୍କର ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସେ ବିଷୟରେ କହିଛନ୍ତି । ଏଥିରେ ସେ କିଛି ଲୋକଙ୍କ ନାଁ ନେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ସମୀର ଦାଶ, ତାଙ୍କ ସ୍ତ୍ରୀ । ତେଣୁ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ବିଜେପି ।