କନକ ବ୍ୟୁରୋ: ହରିୟାଣା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ସତସଙ୍ଗକୁ ନେଇ ବିବାଦ ମୁଣ୍ଡ ଟେକିଛି । ପଞ୍ଚାୟତ ନିର୍ବାଚରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀମାନେ ଆଶୀର୍ବାଦ ଗ୍ରହଣ କରିବାକୁ ସତସଙ୍ଗରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ବିଜେପିର ନେତା ମଧ୍ୟ ରାମ ରହିମଙ୍କ ସହ କଥା ହେବା ସହ ତାଙ୍କ ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି ।
ପାରୋଲରେ ଜେଲରୁ ବାହାରିଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ପୁଣି ଥରେ ବିବାଦରେ ଅଛନ୍ତି। ରାମ ରହିମଙ୍କ ସତସଙ୍ଗରେ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ସତସଙ୍ଗରେ ଅନେକ ନେତା ରାମ ରହିମ ଅନଲାଇନ ସତସଙ୍ଗରେ ଅଂଶଗ୍ରହଣ କରି ଆଶୀର୍ବାଦ ଲୋଡିବା ପାଇଁ ମଧ୍ୟ ପହଞ୍ଚିଥିଲେ । ରାମ ରହିମ ଉତ୍ତରପ୍ରଦେଶର ବାଘପତରୁ ଏକ ଅନଲାଇନ୍ ସତସଙ୍ଗର ଆୟୋଜନ କରିଥିଲେ। ଏହିରେ ନେତାଙ୍କ ଲମ୍ବା ଲାଗିଥିଲା । ଏହା ପରେ ହରିୟାଣାରେ ରାଜନୈତିକ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

Advertisment

ସତସଙ୍ଗ ସମୟରେ ହରିୟାଣାର କର୍ଣ୍ଣାଲ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ୨୦୨୨ରେ ଠିଆ ହୋଇଥିବା ପ୍ରାର୍ଥୀମାନେ ମଧ୍ୟ ଆଶୀର୍ବାଦ ନେଇଥିଲେ । ଏଥିସହିତ କିଛି ବିଜେପି ନେତା ମଧ୍ୟ ସତସଙ୍ଗରେ ଯୋଗ ଦେଇଥିଲେ । ଏଥିରେ ମ୍ୟୁନିସିପାଲିଟି କର୍ପୋରେସନ୍ ମେୟର ରେଣୁ ବାଲା ଗୁପ୍ତା, ଜିଲ୍ଲା ସଭାପତି ଯୋଗେନ୍ଦ୍ର ରାଣା, ଡେପୁଟି ମେୟର ନବୀନ କୁମାର ଏବଂ ବରିଷ୍ଠ ଡେପୁଟି ମେୟର ରାଜେଶ ସାମିଲ ଅଛନ୍ତି । ସମସ୍ତେ ଗୁରମିତ ରାମ ରହିମଙ୍କ ସତସଙ୍ଗରେ ଯୋଗ ଦେବା ସହିତ ତାଙ୍କୁ ପିତା ବୋଲି ସମ୍ବୋଧନ କରିବା ସହ ଆଶୀର୍ବାଦ ନେଇଥିଲେ ।