କନକ ବ୍ୟୁରୋ: ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡି କରିବ ଶକ୍ତି ପ୍ରଦର୍ଶନ । ଆଜି ପାରାଦୀପରେ ଉଦଯାପତି ହୋଇଛି ବିଜେଡି ମହାନଦୀ ବଂଚାଅ ଅଭିଯାନ । ସମାବେଶ ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଅଭିଯାନ ରାଜନୈତିକ ଆନ୍ଦୋଳନ ନୁହେ, ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ମହାନଦୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଚୁପ ଅଛନ୍ତି । କେନ୍ଦ୍ରୀୟ ନେତାମାନେ ଏଠାକୁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ ଛତିଶଗଡ କାମ ବନ୍ଦ କରାଇପାରିବେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ କରିଛନ୍ତି । କେବଳ ପାଣି ନୁହେଁ, ମହାନଦୀର ଜୀବନ ପାଇଁ ଆନ୍ଦୋଳନ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀ ଉପରେ ନିର୍ଭରଶୀଳ ମତ୍ସଜୀବୀ, ଚାଷୀଙ୍କ ଜୀବିକା ଗୁରୁତ୍ୱପୂର୍ଣ୍ଣ । ଜୀବନ ଜୀବିକା ଉପରେ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମହାନଦୀରେ ଛତିଶଗଡ଼ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଗତ ୧୬ ତାରିଖ ଦିନ ଶୁଖାସୋଢ଼ାଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଉଭୟ ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ରାଜ୍ୟର ବିଜେପି ନେତାମାନେ ରାଜ୍ୟବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଯଦି ଓଡ଼ିଶାର ବିଜେପି ନେତାଙ୍କର ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଦରଦ ଅଛି ତେବେ ସେମାନେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଗତ ୧୬ ତାରିଖରେ ଆହ୍ୱାନ ଦେଇଥିଲେ । ଯାହା ଓଡ଼ିଶାର ୧୫ଟି ଜିଲ୍ଲା ଅତିକ୍ରମ କରି ପାରଦୀପରେ ଏହାର ଉଦଯାପନୀ ହୋଇଛି । ତେବେ ଏହି ସମାବେଶରେ ବିଧାୟକ ଦାମୋଦର ରାଉତ, ଦେବୀ ମିଶ୍ର, ସଞ୍ଜୟ ଦାସର୍ବର୍ମା, ପ୍ରମୂଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Mahanadi-1.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-25-13h09m51s204-300x240.png)