କନକ ବ୍ୟୁରୋ: ଶେଷ ହୋଇଛି ଛତିଶଗଡ ମୁଖ୍ୟମନ୍ତ୍ରୀ ସସପେନ୍ସ । ଘୋଷଣା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନାଁ । ଆଜି ବିଧାୟକ ଦଳର ବୈଠକରେ ଆଦିବାସୀ ନେତା ବିଷ୍ଣୁଦେଓ ସାଏଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇଛି । ୪ଥର ସାଂସଦ, ୨ଥର ବିଧାୟକ ଓ ୨ଥର ପ୍ରଦେଶ ଅଧ୍ୟକ୍ଷ ପଦ ସମ୍ଭାଳିଥିବା ବିଷ୍ଣୁଦେଓ ସାଏଙ୍କ ନେଟଓର୍ଥ କୋଟି କୋଟିରେ । ସଂକ୍ଷେପରେ ଜାଣନ୍ତୁ ତାଙ୍କ ସମ୍ପତ୍ତିର ତାଲିକା ।

Advertisment

ବିଧାନସଭା ନିର୍ବାଚନ ସମୟରେ ବିଷ୍ଣୁଦେଓ ଜମା କରିଥିବା ଆଫିଡେଭିଡ୍ ଅନୁସାରେ , ତାଙ୍କ ପାଖରେ ୩ କୋଟି ଟଙ୍କାର ସମ୍ପତ୍ତି ରହିଛି ।ଘୋଷଣାପତ୍ର ଅନୁସାରେ, ବିଷ୍ଣୁଦେଓ ସାଏ ଓ ତାଙ୍କ ପରିବାର ପାଖରେ ୩ କୋଟି ୮୦ ଲକ୍ଷ ୮୦ ହଜାର ୫୫୦ ଟଙ୍କାର ସମ୍ପତ୍ତି ରହିଛି । ଏବେ ତାଙ୍କ ପାଖରେ ସାଢେ ୩ ଲକ୍ଷ କ୍ୟାସ୍ ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୨ ଲକ୍ଷ ୨୪ ହଜାର ଟଙ୍କା ରହିଛି । ବିଷ୍ଣୁଦେଓ ସାଏଙ୍କ ବ୍ୟାଙ୍କ ଅଫ୍ ବରୋଦା ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଏବଂ ରାଜ୍ୟ ଗ୍ରାମୀଣ ବ୍ୟାଙ୍କରେ ୮୨ ହଜାର ଟଙ୍କା ରହିଛି । ତାଙ୍କ ପତ୍ନୀଙ୍କ ନାଁରେ ଗ୍ରାମୀଣ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କାର ଜମା ରାଶି ରହିଛି ।

ନିବେଶ ଅକାରରେ ତାଙ୍କର କୌଣସି ଇନଭେଷ୍ଟମେଣ୍ଟ ନାହିଁ । ଅନ୍ୟପଟେ ବିଷ୍ଣୁଦେଓଙ୍କ ନାଁରେ ୭ ଲକ୍ଷ ଟଙ୍କାର କୃଷି ଋଣ ଏବଂ ୪୯ ଲକ୍ଷ ଟଙ୍କାର ହୋମ୍ ଲୋନ୍ ରହିଛି ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି ।