ହାଥରସ ମାମଲାରେ ବିଜେପି ନେତା ବିନୟ କଟିୟାରଙ୍କ ବିବାଦୀୟ ବୟାନ । କହିଲେ, ନାବାଳିକା ସହ ଦୁଷ୍କର୍ମ ହୋଇନି ।

361

କନକ ବ୍ୟୁରୋ: ବିଜେପି ନେତା ବିନୟ କଟିୟାର ଉତ୍ତର ପ୍ରଦେଶର ହାଥରାସ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ହାଥରସରେ ନାବାଳିକା ସହ କୌଣସି ଦୁଷ୍କର୍ମ ହୋଇନାହିଁ । ପୀଡିତାଙ୍କ ମେରୁଦଣ୍ଡରେ ଆଘାତ ଲାଗିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶରେ ସବୁ ଠିକ ଅଛି । ଯୋଗୀ ସରକାରରେ କିଛି ଗଡବଡ ହେବାର ନାହିଁ ବୋଲି କଟିୟାର କହିଛନ୍ତି ।

ପୂର୍ବରୁ ମଧ୍ୟ ବାବ୍ରୀ ମସଜିଦ ଉପରେ ସେ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ, ବାବ୍ରୀ ନାଁରେ କିଛି ଜିନିଷ ନାହିଁ । ସେ ଏକ ଜରାଜୀର୍ଣ୍ଣ ଘର ଥିଲା ଯାହା ଭାଙ୍ଗି ପଡିଥିଲା । ଏଭଳି ବିବାଦୀୟ ବୟାନ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ।

ଗତ କିଛିଦିନ ତଳେ ଉତ୍ତର ପ୍ରଦେଶର ହାଥରସରେ ଏକ ନାବାଳିକାକୁ ୪ ଜଣ ଦୁର୍ବତ୍ତ ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ । ଏହାସହ ତାଙ୍କ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଦେଇଥିଲେ । ପରେ ନାବାଳିକା ଜଣକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଥିଲେ । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଏବେ ହଟଚମଟ ସୃଷ୍ଟି ହୋଇଛି ।