କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀଙ୍କୁ କରୋନା । ନମୂନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି । କରୋନା ରିପୋର୍ଟ ପରେ ଉତରାଖଣ୍ଡରେ ରହିଛନ୍ତି ସଂଗରୋଧରେ । ଗତ ୩ ଦିନ ଧରି ଉମାଭାରତୀଙ୍କୁ ସାମାନ୍ୟ ଜ୍ୱର ଲାଗି ରହିଥିଲା । ପାହାଡି ଯାତ୍ରାର ଶେଷ ଦିନରେ ଉମାଭାରତୀ ଗତକାଲି ତାଙ୍କର କରୋନା ପରୀକ୍ଷା କରାଇଥିଲେ । ଉତରାଖଣ୍ଡ ପ୍ରଶାସନକୁ ଅନୁରୋଧ କରିବା ପରେ ପ୍ରଶାସନ ଏନେଇ ବ୍ୟବସ୍ଥା କରିଥିଲା ।
ଏହି ରିପୋର୍ଟ ପଜିଟିଭ୍ ଆସିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ପରେ ନିଜକୁ କ୍ୱାରେଂଟିନରେ ରଖିଛନ୍ତି । ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି ଉମାଭାରତୀ । ତାଙ୍କ ସଂପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇନେବା ସହିତ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ଉମାଭାରତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/12-29.jpg)