କନକ ବ୍ୟୁରୋ: ବିଜେପି ନେତା ତଥା ଦିଲ୍ଲୀ ପ୍ରଦେଶ ବିଜେପିର ମୁଖପାତ୍ର ତଜିନ୍ଦର ପାଲ ସିଂ ବଗାଙ୍କୁ ଆଶସ୍ତି । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ତଜିନ୍ଦରଙ୍କ ଗିରଫ ଉପରେ ରୋକ ଲଗାଇଲେ ପଂଜାବ-ହରିଆଣା ହାଇକୋର୍ଟ । ଏଥିସହ ପଂଜବା ସରକାର ବିଜେପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେନି ବୋଲି କହିଛନ୍ତି । ଉତେଜନାପୂର୍ଣ୍ଣ ଭାଷଣ, ଘୃଣା ସୃଷ୍ଟି ଭାଷଣ ଓ ଅପରାଧିକ ଧମକ ଦେଇଥିବା ଅଭିଯୋଗ କରି ମୋହାଲି ପୁଲିସ ଷ୍ଟେସନରେ ବଗାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା ।
ମାମଲା ରୁଜୁ ହେବା ଦିଲ୍ଲୀ ବାସଭବନରୁ ବଗାଙ୍କୁ ଉଠାଇଆଣିଥିଲା ପଂଜାବ ପୁଲିସ । ହେଲେ ନାଟକୀୟ ଢଙ୍ଗରେ ହରିଆଣା ପୁଲିସ ବଳପୂର୍ବକ ଛଡାଇ ଆଣି ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା । ପରେ ଆପ ଓ ପଂଜାବ ପୁଲିସର ଆବେଦନ ଉପରେ ଶୁଣାଣୀ କରି ମୋହାଲି କୋର୍ଟ ଜାମିନବାହୀନ ଗିରଫ ୱାରେଂଟ ଜାରି କରିଥିଲେ ।ଯାହା ଉପରେ ଆଜି ରହିତାଦେଶ ଲଗାଇଛନ୍ତି ପଂଜାବ ହରିଆଣା ହାଇକୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/05/25-13.jpg)