ମନ୍ଦିରରେ କରାଇଦେବୁନି କ୍ଷମାଙ୍କ ବାହାଘର । ବିଜେପି ନେତ୍ରୀ କହିଲେ, ଆତ୍ମବିବାହ ହିନ୍ଦୁ ଧର୍ମବିରୋଧୀ ।

208

କନକ ବ୍ୟୁରୋ : ନିଜେ ନିଜକୁ ବିବାହ କରିବେ କ୍ଷମା ବିନ୍ଦୁ । ଆଉ ଏହି ନିଷ୍ପତ୍ତି ପରେ କ୍ଷମା ବିନ୍ଦୁଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ।ଆସନ୍ତା ଜୁନ୍ ୧୧ରେ କ୍ଷମା ବିନ୍ଦୁ ବିବାହ କରିବେ । ଆଉ ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ କରିଛନ୍ତି । ତେବେ ଏହି ବିବାହ ଏତେ ସହଜ ହୋଇନପାରେ । କାରଣ ବିବାହ କରାଇ ନଦେବାକୁ ଜୋର ଦେଇଛନ୍ତି ବିଜେପି ନେତ୍ରୀ ସୁନୀତା ଶୁକ୍ଳା ।

କ୍ଷମା ବିନ୍ଦୁଙ୍କ ବିବାହ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସୁନୀତା । କେବଳ ଏତିକି ନୁହେଁ ସୁନୀତା କହିଛନ୍ତି, କ୍ଷମା ବିନ୍ଦୁଙ୍କୁ କୌଣସି ମନ୍ଦିରରେ ବିବାହ କରିବାକୁ ଅନୁମତି ଦିଆଯିବ ନାହିଁ । ଏଭଳି ବିବାହ ହିନ୍ଦୁ ଧର୍ମ ବିରୋଧୀ । ଆଉ ଏହାଦ୍ୱାରା ହିନ୍ଦୁ ଜନସଂଖ୍ୟା ମଧ୍ୟ ହ୍ରାସ ପାଇବ । ଧର୍ମର ବିରୋଧାଚରଣ କରୁଥିବା କ୍ଷେତ୍ରରେ କୌଣସି ଆଇନ ଲାଗୁ ହୋଇପାରିବ ନାହିଁ । ଗୋଟିଏ ପଟେ ସୁନୀତା ଏହି ବିବାହକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ କ୍ଷମା ଏହି ବିବାହକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।

୨୪ ବର୍ଷୀୟ କ୍ଷମାଙ୍କ କହିବା ଅନୁଯାୟୀ, ଏଭଳି ଚିନ୍ତାଧାରା ଦୀର୍ଘ ଦିନ ହେବ ମୋ ମନରେ ଥିଲା । କିନ୍ତୁ କେବେ ଭାବିନଥିଲି ଏହା ସମ୍ଭବ ହୋଇପାରିବ ।କିନ୍ତୁ ବହୁତ ଦିନ ଭାବିବା ପରେ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି । ତେବେ ନିଷ୍ପତ୍ତି ନେବା ପୂର୍ବରୁ କ୍ଷମା ଅନଲାଇନରେ ରିସର୍ଚ୍ଚ କରିଥିଲେ । ଭାରତରେ କୌଣସି ମହିଳା ନିଜେ ନିଜକୁ ବିବାହ କରିଛନ୍ତି କି ନାହିଁ ସେ ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ସେଭଳି କୌଣସି ଗୋଟିଏ ବି ଘଟଣା କ୍ଷମାଙ୍କୁ ମିଳିନଥିଲା । ତଥାପି ହାର ନମାନି ଆତ୍ମ ବିବାହ କରି ଦେଶର ପ୍ରଥମ ଉଦାହରଣ ସାଜିବାକୁ ପାଦ ବଢାଇଛନ୍ତି କ୍ଷମା । ନିଜ ବିବାହ ପାଇଁ କ୍ଷମା ବାଛିଛନ୍ତି । ଯେଉଁଠି କ୍ଷମା ନିଜେ ନିଜକୁ ଜୀବନସାଥୀ ରୂପେ ଗ୍ରହଣ କରିବେ ।