କନକ ବ୍ୟୁରୋ : ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଦିଲ୍ଲୀ ହାଇକୋର୍ଟ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି , ଆସନ୍ତା ୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରନ୍ତୁ ।

Advertisment

ସୁବ୍ରମଣ୍ୟମ୍ ସ୍ୱାମୀ କିଛିଦିନ ଆଗରୁ ଦିଲ୍ଲୀ ହାଇକୋର୍ଟରେ ଟାଇପ-୭ ବଙ୍ଗଳା ରି ଆଲର୍ଟ କରିବାକୁ ଆବେଦନ କରିଥିଲେ । ସ୍ୱାମୀଙ୍କୁ ମିଳିଥିବା ଜେଡ ପ୍ଲସ ସୁରକ୍ଷା ଆଧାରରେ ସ୍ୱାମୀ ଆବେଦନ କରିଥିଲେ କି ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ପୁଣିଥରେ ଆଲଟ୍ କରାଯାଉ । ଏହି ମାଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସ୍ୱାମୀଙ୍କ ବଙ୍ଗଳା ରି ଆଲଟ୍ କରିବା ପରିବର୍ତ୍ତେ ଆସନ୍ତା ୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ରାଜ୍ୟସଭା ସାଂସଦ ଭାବେ ଏପ୍ରିଲ ୨୦୨୨ ରେ କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ଏହାପରେ ସୁରକ୍ଷାକୁ ଦୃ୍ଷ୍ଟିରେ ରଖି ସ୍ୱାମୀ ଉକ୍ତ ବଙ୍ଗଳାକୁ ତାଙ୍କ ନାମରେ ରି ଆଲଟ୍ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ସ୍ୱାମୀଙ୍କର ଏଭଳି ଆବେଦନକୁ କେନ୍ଦ୍ର ସରକାର ବି ବିରୋଧ କରିଥିଲେ । ସରକାର କୋର୍ଟରେ ତର୍କ ରଖିଥିଲେ କି ଏହି ବଙ୍ଗଳାକୁ ଅନ୍ୟ ମନ୍ତ୍ରୀ କିମ୍ବା ସାଂସଦଙ୍କୁ ଆବଣ୍ଟିତ କରାଯିବାକୁ ଅଛି , ତେଣୁ ସ୍ୱାମୀ ତୁରନ୍ତ ବଙ୍ଗଳା ଖାଲି କରନ୍ତୁ ।