ଦିଲ୍ଲୀର ମୟୁର ବିହାରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । କିଛି ଅଜଣା ଦୁର୍ବୁତ ତାଙ୍କ ଘର ସମ୍ମୁଖରେ ଗୁଳି କରିଥିବା ସୂଚନା

195

କନକ ବ୍ୟୁରୋ : ଦିଲ୍ଲୀ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ନେଇ ଉତେଜନା ଲାଗିରହିଥିବା ବେଳେ ଦିଲ୍ଲୀର ମୟୁର ବିହାରରେ ବିଜେପି ନେତା ଜିତୁ ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଛି ଅଜଣା ବ୍ୟକ୍ତି ଗତକାଲି ରାତି ୮ ଟା ୧୫ ମିନିଟ୍ ସମୟରେ ଗୁଳି କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣା ସ୍ଥଳରୁ ବିଜେପି ନେତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ ଫାକା କ୍ୟାଟ୍ରେଜ୍ ଜବତ କରାଯାଇଛି । ସିସିିଟିଭି ଫୁଟେଜ ଅଧାରରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।
ଦିଲ୍ଲୀରେ ଦିନକୁ ଦିନ ହିଂସା ବଢିବାରେ ଲାଗିଛି । ଚୋରି ଡକାୟତି ଏବଂ ହତ୍ୟା ଭଳି ଅପରାଧ ବଢୁଛି । ସାଧାରଣ ଲୋକଙ୍କ କଥା ତ ଛାଡ ଏଥିରେ ବଡ ବଡ ଲୋକ ବି ପ୍ରଭାବିତ ହେଉଛନ୍ତି । ଏଇ ଯେମିତି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଚମକାଇଦେଇଛି ।