ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ : ପ୍ରେସମିଟରେ ସମୀର ମହାନ୍ତିଙ୍କ କଡା ସମାଲୋଚନା

98

କନକ ବ୍ୟୁରୋ : ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ । ପ୍ରେସମିଟରେ ସମୀର ମହାନ୍ତିଙ୍କ କଡା ସମାଲୋଚନା । ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଅପଚେଷ୍ଟା । ପ୍ରଶ୍ନ ପଚାରିବାରୁ ପ୍ରାୟୋଜିତ ରେଡ୍ କରାଯାଇଛି । ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏହା ଗ୍ରହଣୀୟ ନୁହେଁ । ଏହା ଦୁର୍ଭାଗ୍ୟଜନକ, ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଗଣତନ୍ତ୍ରର ହତ୍ୟା କରାଯାଉଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । ପ୍ରତିଶୋଧ ରାଜନୀତିର ପରମ୍ପରା ସୃଷ୍ଟି କରାଯାଉଛି । ପ୍ରଶ୍ନ ପଚାରିବାର ଅଧିକାରକୁ ନାଲିଆଖି ଦେଖାଇ କ୍ଷୁଣ୍ଣ କରାଯାଉଛି ।

ସେପଟେ, ବରିଷ୍ଠ ବିଜେପି ନେତା ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି । ଯେଉଁ ସରକାର ଏବଂ ରାଜନୈତିକ ଦଳ ସମାଲୋଚନା ସହି ପାରେନି ସେ ସରକାର ଏକଛତ୍ରବାଦ ଶାସନ ବୋଲି କୁହାଯାଏ । ପ୍ରତିହିଂସା ପରାୟଣ ବନ୍ଦ କରନ୍ତୁ ସରକାର । ଦେଶରେ ଜରୁରୀକାଳିନ ପରିସ୍ଥିତ ବେଳେ ଯେମିତି ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା ଏବେ ସେମିତି ପରିସ୍ଥିତି ସୃଷ୍ଟି କରାଯାଉଛି ।

ଖବରକାଗଜର ସମ୍ପାଦକ ଯେଉଁ ଦଳରେ ଥିଲେ ବି ସମ୍ପାଦକୀୟ ଲେଖିପାରିବେ । ରାଜ୍ୟରେ ଜଣେ ସଚିବ ଯେଉଁଭଳି ମହାରାଜ ଭଳି ବୁଲି ପ୍ରତିଶ୍ରୁତି ବାଂଟୁଛନ୍ତି । ଗଣତନ୍ତ୍ରରେ ଏମିିତି କୌଣସି ବିଧିବିଧାନ ନାହିଁ । ଏକଥା ଯଦି କିଏ ଆଲେଖ୍ୟ ଲେଖି ସମାଲୋଚନା କଲେ, ତାକୁ ଗ୍ରହଣ କରି ସୁଧାରିବା ବଦଳରେ ପ୍ରତିଶୋଧ ପରାୟଣ ହୋଇ ରେଡ୍ କରିବେ, ଜେରା କରିବେ । ରାଜ୍ୟ ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ କେହି ଚୁପ୍ ରହିବେ ନାହିଁ ବୋଲି ବରିଷ୍ଠ ବିଜେପି ନେତା ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି ।