ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ମାମଲା । ଜଣେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଲା ପୁଲିସ । କେମିତି କରିଥିଲେ ହତ୍ୟା ଦେଖାଇଲା ଡେମୋ

373

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ ଡେମୋ ଦେଖାଇଲା ଅଭିଯୁକ୍ତ । ଜଣେ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲା । ସେମାନେ କେମିତି ହତ୍ୟା କରିଥିଲେ ସଂପୂର୍ଣ୍ଣ ଡେମୋ କରି ଦେଖାଇଛନ୍ତି । ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇଥିଲେ । ଘଟଣା ସ୍ଥଳରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି ।

ସେପଟେ ମାହାଙ୍ଗା ଥାନାରେ ପହଚିଂଛନ୍ତି ଏସପି ବି, ଯୁଗଳ କିଶୋର ଓ ଡିଆଇଜି ଆଶିଷ ସିଂ । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଛି । ୪୮ ଘଂଟା ମଧ୍ୟରେ ଅପରାଧୀଙ୍କୁ ନ ଧରିଲେ ବିଜେପି ଆନ୍ଦୋଳନ ଜୋରଦାର କରିବ ବୋଲି କହିଛି ।

ଗତକାଲି କଟକର ବିଭିନ୍ନ ସ୍ଥାନରେ ବିଜେପି ପ୍ରତିବାଦ କରିଥିଲା । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାବେସରେ ସାମିଲ ହେବାକୁ ଦେବନାହିଁ ବୋଲି ବିଜେପି କହିଛି ।