ଅଟଳ ଜୀଙ୍କ ଅସ୍ଥି ବିସର୍ଜନ ସମୟରେ ଦୈବୀଶକ୍ତିର ଆଭାସ ! ଚକିତ ହେଲେ ଉପସ୍ଥିତ ନେତା,ଫଟୋ ହେଲା ଭାଇରାଲ୍ ।

ଅଟଳ ଜୀଙ୍କ ଅସ୍ଥି ବିସର୍ଜନ ସମୟରେ ଦୈବୀଶକ୍ତିର ଆଭାସ ! ଚକିତ ହେଲେ ଉପସ୍ଥିତ ନେତା,ଫଟୋ ହେଲା ଭାଇରାଲ୍ ।

Source : amarujala

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ତିକୁ ହିନ୍ଦୁ ରୀତିନୀତି ଅନୁସାରେ ଦିଲ୍ଲୀର ଯମୁନା ନଦୀରେ ବିସର୍ଜନ କରିଦିଆଯାଇଛି । ଏହି ମୁହୂର୍ତ୍ତରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ କହିଛନ୍ତି ଯେ ସୋନିଆ ବିହାର ତଟରେ ଅଟଳ ଜୀଙ୍କ ଅସ୍ଥି ବିସର୍ଜନର ମୁହୂର୍ତ୍ତ ହେଉଛି ଏକ ଐତିହାସିକ ସମୟ । ତେଣୁ ଏହି ତଟର ନାମ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ରଖାଯିବାକୁ ମଧ୍ୟ ପ୍ରସ୍ତାବ ରହିଛି । ତେବେ ମନୋଜ ତିୱାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି କିଛି ଫଟୋ ସେୟାର୍ କରିଛନ୍ତି ଯାହା ଦେଖିବାକୁ ଖୁବ୍ ଅଜବ ଧରଣର ହୋଇଛି ଏବଂ ଏହି ଫଟୋକୁ ଖୁବ୍ ଜୋରରେ ଭାଇରାଲ୍ ମଧ୍ୟ ହେଉଛି ।

publive-image

ତେବେ ଘଟଣାଟି କିଛି ଏପରି ଅଟଳ ଜୀଙ୍କ ଅସ୍ଥି ବିସର୍ଜନ ପାଇଁ ବିଜେପି ସାଂସଦ ମନୋଜ ତିୱାରୀ ଅସ୍ଥି ବିସର୍ଜନ କରିବା ସମୟରେ ହଠାତ ଡଙ୍ଗାରୁ ଏକ ଅଜଣା ହାତ ବାହାରି ପାଣିରୁ ବାହାରୁଥିବା ଦେଖାଯାଉଛି । ଏହି ରହସ୍ୟମୟୀ ହାତର ଫଟୋ କେଉଁଭଳି ଭାବେ ଫଟୋରେ ବାହାରିଆସିଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।

publive-image

ତେବେ ଏହା କେବଳ ଗୋଟିଏ ଫଟୋରେ ହୋଇଥିବା ବେଳେ ଅନ୍ୟ ଫଟୋରେ ଏହି ହାତର ଚିହ୍ନବର୍ଣ୍ଣ ମିଳୁନାହିଁ । ତେବେ ଏହି ଫଟୋକୁ ଦେଖି ମନୋଜ ତିୱାରୀ ମଧ୍ୟ ଖୁବ୍ ଚକିତ ହୋଇଉଠିଛନ୍ତି । ତାଙ୍କ ମତରେ ସେ ଦୈବିକଶକ୍ତି ଉପରେ ବିଶ୍ୱାସ କରନ୍ତି ଏବଂ ଏହା ଯମୁନା ନଦୀକୁ ସ୍ୱଚ୍ଛ ରଖିବା ପାଇଁ ଇଙ୍ଗିତ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe