ବିଜେପି ନେତ୍ରୀ ବଡ ବୟାନ, କହିଲେ ଓଡିଶାରେ ନାହିଁ ଗଣତନ୍ତ୍ର: ଏଠି ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ, କିନ୍ତୁ ସଚିବଙ୍କୁ କହିଲେ ପ୍ରତିଶୋଧ ପରାୟଣ ହେଉଛନ୍ତି ସରକାର

201

କନକ ବ୍ୟୁରୋ: ଓଡିଶାରେ ନାହିଁ ଗଣତନ୍ତ୍ର । ସମ୍ବାଦ ଉପରେ ଇଓଡବ୍ଲୁ ରେଡ୍ ନେଇ ବିଜେପି ନେତ୍ରୀ ପ୍ରଭାତି ପରିଡାଙ୍କ ବଡ ବୟାନ । କହିଲେ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ । ହେଲେ ସଚିବଙ୍କୁ କହିଲେ ସରକାର ପ୍ରତିଶୋଧ ପରାୟଣ ହୋଇଯିବେ । ସଚିବଙ୍କୁ ନେଇ କହିଛନ୍ତି, ଦରମା ନେଇ ସେବା କରିବାକୁ ଆସିଛନ୍ତି ଅଫିସର । ଶାସନ କରିବା କଥା କାହିଁକି ଚିନ୍ତା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତି ପରିଡା । ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି ସରକାର । ଉଦ୍ଦେଶ୍ୟ ମୂଳକ ଭାବେ ସମ୍ବାଦ ଉପରେ ରେଡ୍ କରାଯାଉଥିବା କହିଛନ୍ତି ପ୍ରଭାତି ପରିଡା ।