ତେଜିଲା ଚାଉଳ ରାଜନୀତି: ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଉଠାଇଲା ଅରୁଆ ଚାଉଳ ପ୍ରସଙ୍ଗ; ଲେଖାଶ୍ରୀଙ୍କ ଅଭିଯୋଗ, ଚାଷୀଙ୍କ ଭ୍ରମିତ କରିବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର

105

କନକ ବ୍ୟୁରୋ: ତେଜିଲା ଉଷୁନା-ଅରୁଆ ଚାଉଳ ରାଜନୀତି । ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି । ଓଡିଶାରେ ଚାଷୀମାନଙ୍କର ଅବସ୍ଥା ସମସ୍ତେ ଜାଣିଛନ୍ତି । ଲକ୍ଷ ଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି , କିନ୍ତୁ ସରକାର କଥା ହେଉନାହାନ୍ତି । ଓଡିଶାରେ ଚାଷୀଙ୍କୁ ଭ୍ରମିତ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଉଷୁନା ଚାଉଳ କେବଳ ପୂର୍ବ ଭାରତରେ ଖିଆଯାଏ । ଅଧିକ ଉଷୁନା ଚାଉଳ ସଂଗ୍ରହ କଲେ ତାହା ନଷ୍ଟ ହେବ ।

ଏଫସିଆଇ ଚିଠିରେ ଲେଖାଅଛି ଯେ, ଯେତେ ଅରୁଆ ଚାଉଳ ରାଜ୍ୟ କରିବ ତାହା କିଣିବେ । ଏବେ ରାଜ୍ୟ ସରକାର ଉଷୁନା ଚାଉଳ କଥା ଏଥିପାଇଁ କହିଛନ୍ତି , କାରଣ ମିଲର ଲାଭବାନ ହେବେ । ଉଷୁନା ଚାଉଳ ଅପେକ୍ଷା ଅରୁଆ ଚାଉଳ ଜଲଦି ଭାଙ୍ଗିଯାଇ ନଷ୍ଟ ଅଧିକ ହୁଏ । ତେଣୁ ମିଲରମାନେ ଚାହୁଁଛନ୍ତି ଉଷୁନା ଚାଉଳ ଏଫସିଆଇ ନେଉ । ଆଉ ରାଜ୍ୟ ସରକାର ଚାଷୀଙ୍କ କଥା ଚିନ୍ତା ନକରି ମିଲର ମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଏହି ଚିଠି ଡିସେମ୍ବର ମାସରୁ ପାଇଥିଲେ ମଧ୍ୟ ଏନେଇ ସାଧାରଣ ଜନତା କିମ୍ବା ମିଲରମାନଙ୍କୁ ଅବଗତ କରେଇ ନାହାନ୍ତି ବୋଲି ଲେଖାଶ୍ରୀ ଅଭିଯାଗ କରିଛନ୍ତି । ।