ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ସପ୍ତାହ ମଧ୍ୟରେ ୨ ଥର ହସ୍ପିଟାଲରେ ହେଲେଣି ଭର୍ତ୍ତି, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା ।

135

କନକ ବ୍ୟୁରୋ : ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହେ ପୂର୍ବରୁ ମଧ୍ୟ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ଚିକିତ୍ସା କରାଯାଇ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ୟ

ମିଳିଥିବା ସୂଚନା ମୁତାବକ, ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଚଳିତବର୍ଷ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନ ପରିବର୍ତ୍ତେ ତାଙ୍କ ବାସଭବନରେ ପହଞ୍ଚି ଆଡଭାନୀଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।