ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମକଦ୍ଦମା । ଶହେ କୋଟିର ମାନହାନୀ ମାମଲା କଲେ ମେଧା ସୋମୟା ।

130

କନକ ବ୍ୟୁରୋ :  ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମକଦ୍ଦମା । ଭାଜପା ନେତା କିରିଟ ସୋମୟାଙ୍କ ପତ୍ନୀ ମେଧା ସୋମୟା ଶହେ କୋଟିର ମାନହାନୀ ମକଦ୍ଦମା ଦାଏର କରିଛନ୍ତି ।  ବମ୍ବେ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି । କିଛି ଦିନ ତଳେ ସଞ୍ଜୟ ରାଉତ ମେଧାଙ୍କ ବିରୋଧରେ ଶହେ କୋଟିର ଶୌଚାଳୟ ଦୁର୍ନୀତିର ଅଭିଯୋଗ ଆଣିଥିଲେ । ସେ କହିଥିଲେ, ମିରା ଭାୟନ୍ଦର ନଗର ନିଗମ ଅଞ୍ଚଳରେ ସାର୍ବଜନୀନ ଶୈାଚାଳୟ ନିର୍ମାଣରେ ମେଧା ସୋମୟା ଏବଂ ତାଙ୍କ ସ୍ୱାମୀ ଶହେ କୋଟିର ବଡ ଦୁର୍ନୀତି କରିଛନ୍ତି ।

ମେଧା, ସଞ୍ଜୟ ରାଉତଙ୍କୁ ଜବାବ ଦେବାକୁଯାଇ କହିଛନ୍ତି, ତାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ଅପମାନଜନକ । ମୋର ଛବି ଖରାପ କରିବା ପାଇଁ ଏଭଳି ବୟାନ ଦିଆଯାଉଛି । ଏଭଳି ନକରିବା ପାଇଁ ସଞ୍ଜୟଙ୍କ ବିରୋଧରେ ସେ ମାନହାନୀ ମକଦ୍ଦମା କରିବାକୁ ଚେତାବନୀ ଦେଇଥିଲେ । ତେବେ ଏହି ମାମଲାରେ ବର୍ତ୍ତମାନ ସଞ୍ଜୟ କ୍ଷମା ମାଗିନାହାନ୍ତି । ତେଣୁ ବମ୍ବେ ହାଇକୋର୍ଟରେ ଶିବସେନାର ସାଂସଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସଞ୍ଜୟ ରାଉତ ନିକଟରେ ବିଜେପିର ପୂର୍ବତନ ସାଂସଦ କିରିଟ ସୋମୟାଙ୍କ ଉପରେ ଆଇଏନଏସ ବିକ୍ରାନ୍ତ ମାମଲାର ଦୁର୍ନୀତିର ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ କରିଛନ୍ତି, ଭାଜପା ନେତା ଆଇଏନଏସ ବିକ୍ରାନ୍ତକୁ କବାଡି ହେବାରୁ ବଞ୍ଚାଇବା ପାଇଁ ଜନତାଙ୍କ ପାଖରୁ ଚାନ୍ଦା ମାଗିଥିଲେ । ଏହି ଚାନ୍ଦାରୁ ସେ ୫୭ କୋଟି ଟଙ୍କା ଏକାଠି କରିଥିଲେ । ତେବେ ଯେଉଁକାମ ପାଇଁ ଏହି ଟଙ୍କା ଏକାଠି ହୋଇଥିଲା ତାହା ପୂରା ହୋଇନଥିଲା । ଏହି ଟଙ୍କା ରାଢ୍ୟପାଳଙ୍କ ପାଖରେ ଜମା କରିବା ପରିବର୍ତ୍ତେ ନିଜ ଦଳୀୟ ପାଣ୍ଠିରେ ଏହାକୁ ଦେଇଥିଲେ । ମିଛ କହି ଲୋକଙ୍କ ପାଖରୁ କିରିଟ ସୋମୟା ଟଙ୍କା ଆଣିଥିଲେ ବୋଲି ସିଧା ଅଭିଯୋଗ କରିଛନ୍ତି ସଞ୍ଜୟ ।

ଏଭଳି କାମ କରି ସେ ଦେଶଦ୍ରୋହ କରିଛନ୍ତି । କିରିଟଙ୍କୁ ରାଜ୍ୟବାସୀ କ୍ଷମା କରିବେ ନାହିଁ । ସେପଟେ ଏହାର ଜବାବ ରଖି କିରିଟ କହିଛନ୍ତି, ଉଦ୍ଧବ ସରକାରର ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ଦୁର୍ନୀତି କରି ବିନା ଦସ୍ତଖତରେ ଏଫଆଇଆର ବି ରୁଜୁ କରୁଛି । ଗତ ୧୨ ମାସରେ ବିଜେପି ଲଗାତର ଉଦ୍ଦବ ସରକାରଙ୍କ ଦୁର୍ନୀତିକୁ ସାମ୍ନାକୁ ଆଣୁଛି । ଏହିକାରଣକୁ ଶିବସେନା ନେତା ଚିନ୍ତାରେ ରହିଛନ୍ତି ।