ଦିଲ୍ଲୀ ପୁଲିସ୍ ର ବଡ଼ ନିଷ୍ପତ୍ତି : ବିଜେପି ନେତା କପିଲ୍ ମିଶ୍ରାଙ୍କୁ ଦିଆଯିବ Y+ ସୁରକ୍ଷା 

504

ନାଗରିକତା ସଂଶୋଧନ କାନୁନ୍ (ସିଏଏ) ସପକ୍ଷରେ ସମର୍ଥନ ଦେଇଥିବା ଉତ୍ତର ମଡଲ୍ ଟାଉନ୍ ର ବିଜେପି ନେତା କପିଲ୍ ମିଶ୍ରାଙ୍କୁ ଦିଲ୍ଲୀ ପୁଲିସ ପକ୍ଷରୁ Y+ ସୁରକ୍ଷା ଦିଆଯାଇଛି । କପିଲ୍ ମିଶ୍ରା ନିଜର ବିବାଦ ଭରା ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ଦିଲ୍ଲୀ ହିଂସାରେ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି । ଦିଲ୍ଲୀ ପୁଲିସ ମୁଖ୍ୟାଳୟ ମୁତାବକ , କପିଲ୍ ମିଶ୍ରାଙ୍କୁ ଧମକ ମିଳିଥିବାରୁ ପୁଲିସ୍ ତାଙ୍କ ସୁରକ୍ଷାକୁ କଡା କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ।

କପିଲଙ୍କ ସହ ସିଲମପୁରର ବିଜେପି ନେତା କୌଶଲ୍ ମିଶ୍ରାଙ୍କୁ ମଧ୍ୟ Y+ ସୁରକ୍ଷା ଦିଆଯିବ ବୋଲି ସୁଚନା ମିଳୁଛି । କୌଶଲ୍ ମିଶ୍ରାଙ୍କୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ନାସିର ପକ୍ଷରୁୁ ଧମକ ମିଳିଥିବା କଥା କୁହାଯାଉଛି । ଏହି ଦୁଇ ନେତା ହିଂସା ଦିନ ମୋଜପୁର ଚୌକ ନିକଟରେ ଉପସ୍ଥିତ ଥିଲେ । ଆପଣଙ୍କୁ କହିରଖୁଛୁୁ ଦିଲ୍ଲୀ ହିଂସାରେ ୪୨ ଜଣ ଲୋକ ପ୍ରାଣ ହରାଇଥିଲେ । ଏହି ମାମଲାରେ ପୁଲିସ୍ ୩୩ ଜଣ ଲୋକଙ୍କୁ ଗିରଫ କରିଥିଲା ।