କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନୂଆ ଏନଏସି ଓ ମୁନୁସିପାଲଟି ଘୋଷଣାକୁ କଟାକ୍ଷ କରିଛନ୍ତି ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ । ଏନଏସି ଘୋଷଣା ପଦ୍ମପୁର ଜିଲ୍ଲା ଘୋଷଣା ପରି ହେବ ବୋଲି କହିଛନ୍ତି କନକ ବର୍ଦ୍ଧନ ।

Advertisment

ସେ କହିଛନ୍ତି, ଏନଏସି ଘୋଷଣା କରିବା ପୂର୍ବରୁ ଜନ ଶୁଣାଣି କରାଯାଏ । ଲୋକଙ୍କ ସମର୍ଥନ ନିଆଯାଏ । ପରେ ସୀମା ନିର୍ଦ୍ଧାରଣ ପରେ ସହର କିମ୍ବା ଗ୍ରାମରେ ନୋଟିଫିକେସନ କରାଯାଏ । ସମର୍ଥନ ପରେ ବିଧାନସଭାରେ ପକାଯାଏ । ବିଧାନସଭାରେ ପାରିତ ହେଲା ପରେ ତାକୁ ପାସ କରିବା ପାଁଇ ରାଜ୍ୟପାଳଙ୍କ ପାଖକୁ ପଠାଯାଇ ପାସ କରାଯାଏ । ଏବେ ତ ବିଧାନସଭା ନାହିଁ କେମିତି ଏନଏସି ଘୋଷଣା କଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କନକ ବର୍ଦ୍ଧନ । ନିର୍ବାଚନ ସମୟରେ ଯେମିତି ପଦ୍ମପୁରକୁ ଜିଲ୍ଲା ଘୋଷଣା କରିଦେଇ ବନ୍ଦ କରିଦେଲେ ଠିକ ସେମିତି ଏନ.ଏ.ସି ଓ ମୁନୁସିପାଲଟି ଘୋଷଣା ବନ୍ଦ ହେବ ବୋଲି ସିଧା ସିଧା କହିଛନ୍ତି କନକ ବର୍ଦ୍ଧନ