କନକ ବ୍ୟୁରୋ: ଅର୍ଚ୍ଚନାର ନାଗଫାଶରେ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଫସିଥିବା ଅଭିଯୋଗ ଆସୁଛି । ଅନେକ ନେତା ଓ ମନ୍ତ୍ରୀଙ୍କ ସହିତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ଫଟୋ ଭାଇରାଲ ହେଉଛି । ଅନ୍ୟପଟେ ଅର୍ଚ୍ଚନା ଦେଇଥିବା ଏକ ଏଫଆଇଆର୍ କନକ ନ୍ୟୁଜ ହାତରେ ଲାଗିଛି । ଏହି ଏଫଆଇଆରରେ ଅର୍ଚ୍ଚନା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି । ଏହି ଏଫଆଇଆରଟି ହେଉଛି ୨୦୨୦ ମସିହାର । ଅର୍ଚ୍ଚନା ଭୁବନେଶ୍ୱର ୟୁନିଟ-୧ କ୍ୟାପିଟାଲ ଥାନାରେ ଏହି ଏଫଆଇଆରଟିକୁ ଦେଇଛନ୍ତି । ଏହି ଏଫଆଇଆରରେ ଲେଖା ହୋଇଛି, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କୁଆଡ଼େ ଅର୍ଚ୍ଚନାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ରାଜନୈତିକ କ୍ୟାରିୟର ବନାଇଦେବା କହି ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ କହିଥିଲେ ।
ମୋତେ ନିର୍ବାଚନରେ ଟିକେଟ୍ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ନିଜ ଏଫଆଇଆରରେ ଲେଖିଛନ୍ତି ଅର୍ଚ୍ଚନା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ରକ୍ଷା କରିନଥିଲେ କେଭି ସିଂହଦେଓ ବୋଲି ଅଭିଯୋଗ କରିଛନ୍ତି ଅର୍ଚ୍ଚନା । କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ଲେଖିଛନ୍ତି ଅର୍ଚ୍ଚନା । ତାଙ୍କ ଘରକୁ ଗୁଣ୍ଡା ପଠାଯାଉଥିଲା ଓ ତାଙ୍କୁ ମାରିବାର ଧମକ ଦିଆଯାଉଥିବା କଥା ନିଜ ଅଭିଯୋଗରେ ଲେଖିଛନ୍ତି । ତାଙ୍କୁ ପୋଲିସର ପ୍ରୋଟେକସନର ଆବଶ୍ୟକ ଅଛି ବୋଲି ନିଜ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/43-3.jpg)