୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ମନ୍ତବ୍ୟ । କହିଲେ ବିଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ମନ୍ତବ୍ୟ । କହିଲେ ବିଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଦିଲ୍ଲୀରୁ ଫେରି ୨୦୨୪ ନିର୍ବାଚନ ଲାଗି ବିଜେପି ରଣନୀତି ସଂପର୍କରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ସଂଘର୍ଷ ଓ ସଂଗଠନକୁ ଜୋରଦାର କରି ‘ବିଲ’ ପ୍ରସ୍ତୁତ ରଖିବାକୁ ବିଧାୟକ ଦଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜାନୁଆରୀ ବେଳକୁ ସବୁ ସାଂଗଠନିକ କାମ ଶେଷ କରି ‘ହଳ’ ପାଇଁ ‘ବିଲ’କୁ ଓହ୍ଲାଇବ ବିଜେପି । ଅର୍ଥାତ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆହୁରି ଜୋରଦାର କରିବ ଭାରତୀୟ ଜନତା ପାର୍ଟି ।

କେଉଁ ପ୍ରସଙ୍ଗରେ ଘେରିବ ବିଜେପି?
ରତ୍ନ ଭଣ୍ଡାର ଖୋଲିବାରେ ଟାଳଟୁଳ ନୀତି
ଶ୍ରୀମନ୍ଦିରକୁ ଗୋମାଂସ ଭକ୍ଷଣକାରୀକୁ ପୁରାଇବା
ମଦ ବ୍ୟବସାୟୀଙ୍କ ଘରେ ଟଙ୍କା ରଖି ଧରାପଡ଼ିବା
ବିକାଶରେ ଓଡି଼ଶା ସବୁ କ୍ଷେତ୍ରରେ ପଛରେ ପଡି଼ବା
ନାରୀ ନିର୍ଯାତନା, ଶିଶୁ ଚୋରି, ଖଣି ଲୁଟ୍
ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଲଢେଇକୁ ବିଜେପି ଜୋରଦାର କରିବ ବୋଲି କହିଛନ୍ତି ଜୟନାରାୟଣ । ହେଲେ ବିରୋଧୀଙ୍କ ରଣନୀତିର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦମ୍ଭୋକ୍ତି କରିଛି ଶାସକ ଦଳ ।

୨୦୨୪ ନିର୍ବାଚନ ପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ବିଜେପି । କିଛିଦିନ ତଳେ ମୋଦୀ ଗ୍ୟାରେଂଟିକୁ ଓଡିଶାରେ ଘରେ ଘରେ ପହଂଚାଇବା କଥା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହି କ୍ରମରେ ରାଜ୍ୟ ବିଜେପି ପକ୍ଷରୁ ସମ୍ବଲପୁର ଓ ଢେଙ୍କାନାଳରେ ଏକ ଅଡିଓ, ଭିଡିଓ ରିଲିଜ କରାଯାଇଛି । ଫିର ଆୟେଗା ନରେନ୍ଦ୍ର ମୋଦୀ ଏବଂ ଭାଇ ଆମର ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଗୀତର ଭିଡିଓ ଏବଂ ନୂଆବର୍ଷ କ୍ୟାଲେଣ୍ଡରକୁ ଉନ୍ମୋଚନ କରାଯାଇଛି । ଢେଙ୍କାନାଳରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ସମ୍ବଲପୁରରେ ବିଧାୟକ ନାଉରୀ ନାୟକ ଏହାର ଉନ୍ମୋଚନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe